ଭାରତକୁ ବିଭାଜନ କରୁଛନ୍ତି ମୋଦି: ଅନ୍ତର୍ଜାତୀୟ ପତ୍ରିକା ‘ଦି ଇକୋନୋମିଷ୍ଟର’ ଚାଞ୍ଚଲ୍ୟକର ରିପୋର୍ଟ

1 min read

ବିପଦରେ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର । ଭାରତର 20 କୋଟି ମୁସଲମାନ ଅସୁରକ୍ଷିତ । ଏପରି ଏକ ସମ୍ୱେଦନଶୀଳ ରିପୋର୍ଟ ପ୍ରକାଶ କରି ଚମକାଇ ଦେଇଛି ଲଣ୍ଡନରୁ ପ୍ରକାଶିତ ସାପ୍ତାହିକୀ ପତ୍ରିକା ‘ଦି ଇକୋନୋମିଷ୍ଟ’ । ଏହା ପୂର୍ବରୁ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ, ଭାରତର ଗଣତନ୍ତ୍ର ୧୦ ର‍୍ୟାଙ୍କ ତଳକୁ ଖସିଛି ବୋଲି ରିପୋର୍ଟରେ ପ୍ରକାଶ ।

ଲଣ୍ଡନରୁ ପ୍ରକାଶିତ ଦି ଇକୋନୋମିଷ୍ଟର ଏହା ହେଉଛି ବଡ଼ ରିପୋର୍ଟ । ଯାହାକୁ ନେଇ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ଜବରଦସ୍ତ ବିତର୍କ । ଦି ଇକୋନୋମିଷ୍ଟର ନୂଆ ସଂସ୍କରଣର କଭର ପେଜର ଶୀର୍ଷକ ରହିଛି, ଅସହିଷ୍ଣୁ ଭାରତ: କିପରି ମୋଦି ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରକୁ ବରବାଦ କରିବାକୁ ବସିଛନ୍ତି !’

ଏହାସହିତ କଣ୍ଟା ତାରର ବେଷ୍ଟନୀ ଭିତରେ ରହିଛି ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ପ୍ରତୀକ ପଦ୍ମ ଫୁଲ । ଫଟୋ ଜରିଆରେ ଦେଶ ଭିତରେ ପ୍ରାଚୀର ଠିଆ କରାଇବାକୁ ବିଜେପି ଯୋଜନା କରୁଛି ବୋଲି ବାର୍ତ୍ତା ଦେଇଛି । ସାଧାରଣତଃ ଦୁଇ ଦେଶ ମଧ୍ୟରେ ଏପରି କଣ୍ଟାର ପ୍ରାଚୀର ବିଛାଯାଇଥାଏ ।

ଭିତରେ ପୃଷ୍ଠାରେ ମୋଦି ସରକାରଙ୍କ ନୀତି ବିଷୟରେ ବିସ୍ତୃତ ଆଲୋଚନା କରିଛି ଦି ଇକୋନୋମିଷ୍ଟ । ତିନିଟି ଉପ-ଶୀର୍ଷକ କରି ତିନିଟି ଆର୍ଟିକଲ ଉପରେ ଆଲୋଚନା କରାଯାଇଛି ।

ପ୍ରଥମରେ ମୋଦି ସରକାରଙ୍କ ସିଏଏ, ଏନଆରସି ଉପରେ ଲେଖା ଯାଇଛି

ଦ୍ୱିତୀୟରେ ଏହାକୁ ନେଇ ସମାଧାନ କରିବାରେ ଅସମର୍ଥ ସରକାର ଓ ଶେଷରେ ଦେଶର ଆର୍ଥକ ମାନ୍ଦାବସ୍ଥା  

କିନ୍ତୁ ଏହାବାଦ୍‌ ଯାହା ଅଧିକ ଚିନ୍ତାଜନକ, ତାହାହେଲା ଲିଡର ଶୀର୍ଷକ ନିବନ୍ଧ । ଯେଉଁଥିରେ କୁହାଯାଇଛି କି, ନାଗରିକ ସଂଶୋଧନ ଆକ୍ଟ ଦ୍ଵାରା ଭାରତର ୨୦ କୋଟି ମୁସଲିମ ସଂପ୍ରଦାୟ ବିପଦରେ ପଡିଯାଇଛନ୍ତି। ଏହି ଆଇନ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ନିର୍ମାଣକୁ ପ୍ରୋତ୍ସାହନ କରୁଛି ବୋଲି କୁହାଯାଇଛି । ଯାହାର ପ୍ରଥମ ଅଧ୍ୟାୟ ୮୦ ଦଶକରେ ରାମ ମୃନ୍ଦିର ନିର୍ମାଣ ଆନ୍ଦୋଳନରୁ ଆରମ୍ଭ ହୋଇଥିଲା । ତେଣୁ ବିଜେପି ପାଇଁ ଯାହା ନିର୍ବାଚନୀ ଅମୃତ ତାହା ଦେଶ ପାଇଁ ରାଜନୈତିକ ବିଷ । ଭାରତୀୟ ସମ୍ବିଧାନରେ ଥିବା ଧର୍ମନିରପେକ୍ଷତାକୁ ଅଣଦେଖା କରି ମିଷ୍ଟର ମୋଦି ଭାରତରେ ଧର୍ମର ବିଷ ମଞ୍ଜି ବୁଣି ଚାଲିଛନ୍ତି । ଯାହା ଆଗାମୀ ପିଢିକୁ ମଧ୍ୟ କ୍ଷତି ପହଞ୍ଚାଇବା ବୋଲି  ବୋଲି ପତ୍ରିକା ଲେଖିଛି ।

ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବାବେଳେ ବିଜେପି ମାଗାଜିନକୁ ଔପନିବେଶକ ମାନସିକତା ବୋଲି ଅଭିହିତ କରିଛି

Leave a Reply