ଆତ୍ମଘାତୀ ଆକ୍ରମଣକାରୀକୁ କାରରେ ଲକ୍ କଲେ ଡ୍ରାଇଭର ,ତା’ ପରେ…

ଇଂଲଣ୍ଡ : ଇଂଲଣ୍ଡର ଲିଭରପୁଲରରେ ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ପାଇଁ ଅନେକ ଲୋକ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି । ଏହି ଟ୍ୟାକ୍ସି ଡ୍ରାଇଭର ଜଣକ ଜଣେ ସନ୍ଧିଗ୍ଧ ଆତଙ୍କବାଦୀଙ୍କୁ ନିଜ ଗାଡ଼ିରେ ଲକ୍ କରିଦେଇଥିଲେ । କିଛି ସମୟ ପରେ କାରଟି ବିସ୍ଫୋରଣ ହୋଇଥିବା ବେଳେ ଆତ୍ମଘାତୀ ଆକ୍ରମଣକାରୀର ମୃତ୍ୟୁ ହୋଇଥିଲା । ଡ୍ରାଇଭରଙ୍କ ନାଁ ଡେଭିଡ ପେରି ହୋଇଥିବା ବେଳେ ଏହି ଦୁର୍ଘଟଣାରେ ସେ ଆହତ ହୋଇଥିଲେ ।

ଦୁର୍ଘଟଣା ପରେ ଗଭୀର ଆହତ ଅବସ୍ଥାରେ ଡେଭିଡ ପେରିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଲୋକେ ଡେଭିଡଙ୍କୁ ପ୍ରଶଂସା କରିବା ସହ ‘ଡେଭିଡ ଦ ଲିଭରପୁଲ ହିରୋ’ ବୋଲି କହିଥିଲେ । ଏଥିସହ ଲୋକେ କହିଛନ୍ତିଯେ ଡେବିଡ ଲୋକଙ୍କ ସୁରକ୍ଷା ପାଇଁ ଗାଡ଼ିରୁ ଡେଇଁପଡ଼ିଥିଲେ । ଡେଭିଡଙ୍କର ବନ୍ଧୁ ଷ୍ଟଫନ ଥୋମାସ କହିଥିଲେ, କାରରେ ବସିଥିବା ବ୍ୟକ୍ତି ଜଣକ ଉପରେ ଡେଭିଡର ସନ୍ଧେହ ହୋଇଥିଲା । ସୁଯୋଗ ଦେଖି ସେ କାରକୁ ଲକ୍ କରିଦେଇଥିଲା । ଆତ୍ମଘାତୀ ଆକ୍ରମଣକାରୀ ଜଣକ କାରରେ ହିଁ ନିଜକୁ ବିସ୍ଫୋରଣ କରିଦେଇଥିଲେ । ଏହି ବିସ୍ଫୋରଣରେ ଡେଭିଡଙ୍କର କାନ ପରଦା ଫାଟିଯାଇଥିବା ବେଳେ ଶରୀରର କିଛି ସ୍ଥାନରେ କ୍ଷତ ହୋଇଥିବା କୁହାଯାଉଛି । ମାତ୍ର ଏବେ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ।

 

Leave a Reply