ଗାଇଡଲାଇନରେ ହେବ କୁକୁରଙ୍କ ଚିକିତ୍ସା, ଟ୍ରିଟମେଣ୍ଟରେ ହେବନି ଅବହେଳା

1 min read

ଭୁବନେଶ୍ୱର: ABC ବା ଆନିମଲ ବାର୍ଥ କଣ୍ଟ୍ରୋଲରେ ପାଳନ ହେଉନି ଗାଇଡଲାଇନ । ସ୍ୱତନ୍ତ୍ର ଗାଇଡଲାଇନ ଅନୁସାରେ ହେବ କୁକୁରଙ୍କ ଚିକିତ୍ସା । କ୍ୟାମେରା ଲାଗିଛି ଆହୁରି କ୍ୟାମେରା ଲାଗିବ । ଟ୍ରିଟମେଣ୍ଟରେ ଅବହେଳା ହେବନି । ଚିକିତ୍ସାଙ୍କ ପାଇଁ ବରିଷ୍ଠ ଓ ଜୁନିଅର ଡାକ୍ତର ରହିବେ । ଭିତ୍ତିଭୂମିର ବିକାଶ ମଧ୍ୟ କରାଯିବ । ସେହିପରି କାର୍ଯ୍ୟରେ ଅବହେଳା ଅଭିଯୋଗରେ ବିଏମସି ଘରୋଇ ସଂସ୍ଥା ପାଇକି ସେଣ୍ଟିନେଲକୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ । ସପ୍ତାହେ ମଧ୍ୟରେ ସନ୍ତୋଷଜନକ ଉତ୍ତର ନମିଳିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ଆବଶ୍ୟକ ପଡ଼ିଲେ ସଂସ୍ଥାକୁ କରାଯିବ ବ୍ଲାକ୍ ଲିଷ୍ଟ ।

ABCରେ ପ୍ରୟୋଗ ହେଉଥିବା ପ୍ରଣାଳୀକୁ ନେଇ ABC କେନ୍ଦ୍ରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ବିଏମସି କମିଶନର ସଞ୍ଜୟ ସିଂହ ପହଞ୍ଚି ତଦାରଖ କରିଛନ୍ତି । ମତ୍ସ୍ୟ ଓ ପଶୁପାଳନ ନିର୍ଦ୍ଦେଶକ ମଧ୍ୟ ABCରେ ଯାଞ୍ଚ କରିଥିଲେ । ରାଜ୍ୟ ସରକାର ମଧ୍ୟ ଗୁରୁତର ଭାବେ ନେଇଛନ୍ତି । ଦାୟିତ୍ବରେ ଥିବା ସବଡିଭିଜନାଲ ଭେଟେନାରୀ ଅଫିସର ମନୋଜ ପଟ୍ଟନାୟକଙ୍କୁ କଟକ ବଦଳି କରାଯାଇଛି । ସଂସ୍ଥା ଡାକ୍ତର ସରୋଜ ପ୍ରଧାନଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି ।