ଭିମ୍ସାରରେ ରୋଗୀ ମୃତ୍ୟୁ ନେଇ ଛେଚା ଖାଇଲେ ଡାକ୍ତର

ବୁର୍ଲା: ଡାକ୍ତରଖାନାରେ ଡାକ୍ତରଙ୍କୁ ପୁଣି ଆକ୍ରମଣ । ରୋଗୀ ମୃତ୍ୟୁ ନେଇ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ବୁର୍ଲା ଭିମ୍ସାରରେ ଦେଖିବାକୁ ମିଳିଛି । ଆକ୍ରମଣ ପରେ ଡାକ୍ତରଙ୍କର ଅବସ୍ଥା ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ରାଉରକେଲାର ଜଣେ ରୋଗୀ ହୃଦରୋଗ ବିଭାଗରେ ଚିକିତ୍ସାଧୀନ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ସଂପର୍କୀୟ ସେଠାରେ ଉପସ୍ଥିତ ପିଜି ଡାକ୍ତରଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତ ଡାକ୍ତର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣାକୁ ନେଇ ଭିମ୍ସାର ଜୁନିଅର ଡାକ୍ତର ସଂଘ ପକ୍ଷରୁ ଜରୁରୀ ବୈଠକ ଡକାଯାଇଛି ।