ମିଛ ଧରା ପରୀକ୍ଷାରେ ମିଛ କହିଥିଲା ମିଛୁଆ ଡାକ୍ତର

1 min read

ଭୁବନେଶ୍ୱର: ନକଲି ଡାକ୍ତର ରମେଶ ସ୍ୱାଇଁ ଗିରଫ ମାମଲା । ଆସିଲା ନକଲି ଡାକ୍ତର ରମେଶ ସ୍ୱାଇଁର ପଲିଗ୍ରାଫ ଟେଷ୍ଟ ରିପୋର୍ଟ । ମିଛ ଧରା ପରୀକ୍ଷାରେ ମିଛ କହିଥିଲେ ମିଛୁଆ ଡାକ୍ତର । ୭୦ ପ୍ରଶ୍ନରୁ ୫୦ ପ୍ରଶ୍ନର ଉତ୍ତର ମିଛ କହିଥିବା ସୂଚନା ମିଳିଛି । ଯାହା ଫଳରେ ରମେଶ ସ୍ୱାଇଁକୁ ପୁଣି ଥରେ ରିମାଣ୍ଡ ଆଣିଛି ପୋଲିସ । ରମେଶଙ୍କ ସହ ତାଙ୍କୁ ଜାଲ୍‌ କାଗଜପତ୍ର ତିଆରିରେ ସାହାଯ୍ୟ କରୁଥିବା ବିଶ୍ୱ ରଞ୍ଜନଙ୍କୁ ମଧ୍ୟ ରିମାଣ୍ଡରେ ଆଣିବ ପୋଲିସ । ଉଭୟଙ୍କୁ ୫ଦିନ ପାଇଁ ରିମାଣ୍ଡରେ ଆଣିବ ପୋଲିସ । ପୂର୍ବରୁ ୪ଟି ପଯ୍ୟାୟରେ ରିମାଣ୍ଡରେ ଆଣିଥିଲା ପୋଲିସ ।

ସୂଚନା ଅନୁସାରେ ଠକ ଡାକ୍ତର ରମେଶ ସ୍ୱାଇଁ କେତେ ସତ କହୁଛି ଆଉ କେତେ ମିଛ କହୁଛନ୍ତି । ରମେଶ ସ୍ୱାଇଁର ସତ ଆଉ ମିଛ ଧରିବାକୁ କମିଶନରେଟ ପୋଲିସ ପଲିଗ୍ରାଫ ଟେଷ୍ଟ କରିଥିଲା । ପଲିଗ୍ରାଫ ଟେଷ୍ଟ ପାଇଁ ବିଭିନ୍ନ ଦିଗକୁ ନେଇ ସ୍ବତନ୍ତ୍ର ପ୍ରଶ୍ନ ତିଆରି କରିଥିଲା ପୋଲିସ । କିଭଳି କରୁଥିଲା ଠକେଇ? କିଭଳି ପ୍ରସ୍ତୁତ କରୁଥିଲା ଠକେଇର ବ୍ଲ୍ୟୁ-ପ୍ରିଣ୍ଟ, ପରିବାର ଛଡ଼ା ଆଉ କେଉଁମାନେ ଥିଲେ ରମେଶର ସହଯୋଗୀ ? ଠକର ପ୍ରେମ ଜାଲରେ କିଭଳି ପଡିଥିଲେ ୧୮ ପତ୍ନୀ? ଏସବୁ ଦିଗକୁ ନେଇ ୭୦ଟି ପ୍ରଶ୍ନ ପ୍ରସ୍ତୁତି କରିଥିଲା ପୋଳିସ ।