ମାଛ ଭାତ ଖାଇବାକୁ ଇଚ୍ଛା ପ୍ରକାଶ କରିବାରୁ କରୋନା ଆକ୍ରାନ୍ତଙ୍କୁ ନିଜ ହାତରେ ଖୁଆଇଲେ ଡାକ୍ତର

1 min read

ଜୟପୁର: କରୋନା ମହାମାରୀ ମଧ୍ୟରେ ଦେଶର ଦୁଇଟି ସହରରୁ କିଛି ସକାରାତ୍ମକ ଚିତ୍ର ପ୍ରକାଶ ପାଇଛି | ପ୍ରଥମ ଚିତ୍ର ହେଉଛି ଜୟପୁରର ଏସଏମଏସ ହସ୍ପିଟାଲର ଚରକ ଭବନର । ଏହି ଭବନକୁ କୋଭିଡ OPD ଏବଂ OEPD କେନ୍ଦ୍ର ଭାବରେ ପ୍ରସ୍ତୁତ କରାଯାଇଛି । ରୋଗୀମାନଙ୍କର ସ୍କ୍ରିନିଂ ଏବଂ ଯତ୍ନ ନେବା ପାଇଁ ଏଠାରେ ସ୍ୱତନ୍ତ୍ର କର୍ମଚାରୀ ଏବଂ ଇନ୍-ଚାର୍ଜ ଙ୍କୁ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ଡାକ୍ତରମାନେ ହସ୍ପିଟାଲର ପାହାଚକୁ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରୁଛନ୍ତି ।

ଜଣେ କରୋନା ଆକ୍ରନ୍ତ ମାଛ- ଭାତ ଖାଇବାକୁ ପାଇଁ ଇଚ୍ଛା ପ୍ରକାଶ କରିବାରୁ … ଡାକ୍ତର ନିଜ ହାତରେ ତାଙ୍କୁ ଖୁଆଇଲେ

ଚେନ୍ନାଇରେ ଲକଡାଉନ୍ ମଧ୍ୟରେ ଡାକ୍ତରମାନେ କିପରି ରୋଗୀଙ୍କ ଯତ୍ନ ନେଉଛନ୍ତି ତାହା ଏହି ଚିତ୍ରରୁ ଆପଣ ଜାଣିପାରୁଥିବେ ।  ଡକ୍ଟର ଜର୍ଜି ଅବ୍ରହାମ ଜଣେ ୭୫ ବର୍ଷ ବୟସ୍କ ରୋଗୀଙ୍କୁ ନିଜ ହାତରେ ଖୁଆଇ ଦେଉଥିବା ଦୃଶ୍ୟ ଏବେ ଖୁବ ଚର୍ଚ୍ଚା ସାଉଁଟୁଛି । ଡ. ଅବ୍ରହାମ କହିଛନ୍ତି ଯେ – ‘ଏହି ବୃଦ୍ଧ ବହୁତ ଗରିବ। ମାଛ- ଭାତ ଖାଇବାକୁ ଇଚ୍ଛା ପ୍ରକାଶ କରିଥିବାରୁ ମୁଁ ତାଙ୍କର ଏହି ଇଚ୍ଛା ପୂରଣ କରିବାକୁ ଚାହୁଁଥିଲି, ତେଣୁ ମାଛ-ଭାତ ଅର୍ଡର କଲି ।  ରୋଗୀଙ୍କ ସମ୍ପର୍କୀୟମାନେ ୱାର୍ଡକୁ ଆସିପାରିବେ ନାହିଁ, ତେଣୁ ମୁଁ ନିଜେ ତାଙ୍କୁ ଖାଇବାକୁ ଦେଲି। ‘

ହସ୍ପିଟାଲର ସିଡ଼ିକୁ ମୁଣ୍ଡିଆ ମାରି ଭିତରକୁ ଯାଉଛନ୍ତି କର୍ମଚାରୀ

ସମସ୍ତେ ଏ ମହାମାରୀ ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି । ମାନବ ସମାଜକୁ ଟିକେ ଆଶ୍ୱସ୍ତି ପାଇଁ ସମଗ୍ର ବିଶ୍ୱ ଏବେ ପ୍ରାର୍ଥନା କରୁଛି । ସେଥିପାଇଁ ଏସଏମଏସର ଚରକ ଭବନକୁ ଆସୁଥିବା କର୍ମଚାରୀମାନେ ଏଠାରେ ଥିବା ପାହାଚକୁ ମୁଣ୍ଡିଆ ମାରି ପ୍ରତିଦିନ ଭିତରକୁ ଯାଉଛନ୍ତି ।  କର୍ମଚାରୀଙ୍କ କହିବା ଅନୁଯାୟୀ, ମାନବ ସମାଜକୁ ଏହି ମହାମାରୀରୁ ଶୀଘ୍ର ତ୍ରାହି ମିଳିବା ପାଇଁ ସେମାନେ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ।

ସେ ପ୍ରାର୍ଥନ କରିଛନ୍ତି ଯେ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସମସ୍ତ କରୋନା ଚିହ୍ନଟଙ୍କ ରିପୋର୍ଟ ନେଗେଟିଭ ଆସୁ ।  ଏବଂ ଯେଉଁ ମାନଙ୍କର ରିପୋର୍ଟ ପଜିଟିଭ ଆସିଛି ସେମାନେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ । ଏହିଭଳି ଭାବରେ ଚରକ ଭବନରେ ପ୍ରବେଶ କରିବା ପୂର୍ବରୁ ସମସ୍ତ କର୍ମଚାରୀ ପାହାଚକୁ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରୁଛନ୍ତି ।

Leave a Reply