ଭାରତରେ ଆଉଜଣେ କରୋନା ରୋଗୀଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନାରେ ଦ୍ୱିତୀୟ କରୋନା ମୃତ୍ୟୁ । ବାଙ୍ଗାଲୋର ପରେ ଦିଲ୍ଲୀରେ ଆଉ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ୬୯ ବର୍ଷିୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି ।
ତାଙ୍କ ଘର ଦିଲ୍ଲୀର ଜନକପୁରୀ ଅଞ୍ଚଳର ବୋଲି ଜଣାପଡ଼ିଛି । ତାଙ୍କ ଦେହ ଖରାପ ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ ରକ୍ତ ପରୀକ୍ଷାରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ।
ତାଙ୍କୁ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଥିଲା । ନିକଟରେ ତାଙ୍କ ପୁଅ ବିଦେଶରୁ ଫେରିଥିଲେ । ତାଙ୍କ ସଂସ୍ପର୍ଶରେ ଆସି ସେ କରୋନାର ଶିକାର ହୋଇଥିବା ଜଣାପଡ଼ିଛି ।