ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର
1 min read
ଭୁବନେଶ୍ୱର: ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ବର ନୟାପଲ୍ଲୀ ଥାନା ଚିନ୍ମୟ ଆପର୍ଟମେଣ୍ଟର ମାଲିକାଣି ରାଜଶ୍ରୀ ପରିଡାଙ୍କ ମୃତଦେହ ଉଦ୍ଧାର । N2 ପ୍ଲଟ ନମ୍ବର ୯୧ରୁ ମିଳିଛି ଗଳିତ ମୃତଦେହ । ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସର ଛାନବିନ ଜାରି ରହିଛି । କେହି ଶତ୍ରୁ ନଥିଲେ, ବରଂ ୭୫ ବର୍ଷ ବୟସ ହୋଇଥିବାରୁ ସ୍ୱାଭାବିକ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି । ପୁଅ ମାନସିକ ବିକାରଗସ୍ତ ହୋଇଥିବାରୁ ମାଆ ମୃତ୍ୟୁ କଥା ଜାଣିପାରିନାହିଁ ବୋଲି ପୋଲିସର ସୂଚନା ।