ନୟାଗଡ଼ରେ ଚାଞ୍ଚଲ୍ୟ; ଘର ଭିତରୁ ବାପା ଝିଅଙ୍କ ମୃତଦେହ ଉଦ୍ଧାର

ନୟାଗଡ଼: ନୟାଗଡ଼ରେ ଚାଞ୍ଚଲ୍ୟ, ଗୋଟିଏ ଘରେ ପଡ଼ିରହିଛି ବାପା ଝିଅଙ୍କ ମୃତଦେହ। ଖବର ପାଇ ଘରର ତାଲା ଭାଙ୍ଗି ମୃତଦେହକୁ ଉଦ୍ଧାର କରିଛି ପୋଲିସ। ଝିଅକୁ କୌଣସି ବିଷାକ୍ତ ଦ୍ରବ୍ୟ ଦେବାପରେ ବାପା ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ ମୃତ୍ୟୁ୍ର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।  ନୟାଗଡ଼ ସହର ଦେବୋତ୍ତର ଲେନ ୪ରେ ଦେଖିବାକୁ ମିଳିଛି ଏଭଳି ଘଟଣା । ମୃତକ ଦ୍ବୟ ହେଲେ ପୁଲକ ବିଶ୍ୱାଳ ଓ ତାଙ୍କ ୫ ବର୍ଷର ଝିଅ ପଲକ ବିଶ୍ୱାଳ।

ସୂଚନା ଅନୁଯାୟୀ, ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଗତ ୩ ମାସ ପୂର୍ବରୁ ଦ୍ୱିତୀୟ ବିବାହ କରିଥିଲେ । ସବୁ କିଛି ଠିକଠାକ ଥିଲା ।  ଗତ ସୋମବାର ପତ୍ନୀ ନିଜ ବାପ ଘରକୁ ଯାଇଥିଲେ । ବାପ ଘରେ ୨ ଦିନ ରହି ନୟାଗଡ଼ ସ୍ଥିତ ସ୍ୱାମୀଙ୍କ ପାଖକୁ ଆସିବା ପରେ ଘର ଭିତରୁ କବାଟ ବନ୍ଦ ଥିଲା । ଭିତରୁ ତାଲା ପଡ଼ିଥିବା ଦେଖି ବହୁ ସମୟ ପର୍ଯ୍ୟନ୍ତ କବାଟ ବାଡେଇଥିଲେ । ପରେ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ ଥାନା ପୋଲିସ ବିଳମ୍ବିତ ରାତିରେ ପହଞ୍ଚି ଘରର ତାଲା ଭାଙ୍ଗି ଘରେ ପଶିଥିଲା । ଘର ଭିତରେ ବାପାର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ୫ ବର୍ଷର ଝିଅର ମୃତ ଦେହ ଖଟରେ ପଡ଼ିରହିଛି ।