ଚାଷୀଙ୍କ ପାଇଁ ଖୁସି ଖବର, ଗୋଟାଏ ଦିନ ପୂର୍ବରୁ ଓଡିଶା ଛୁଇଁଲା ମୌସୁମୀ
ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଓଡ଼ିଶା ଛୁଇଁବା ନେଇ ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ସୂଚନା ଦେଇଛି । ଆଜି କିମ୍ବା ଆସନ୍ତାକାଲି ଓଡ଼ିଶା ଛୁଇଁବା ନେଇ ଆଗରୁ ଆକଳନ କରିଥିଲା ପାଣିପାଗ ବିଭାଜ କେନ୍ଦ୍ର । ମୌସୁମୀ ପାଇଁ ବଙ୍ଗୋପସାଗରରେ ପାଗ ଅନୁକୂଳ ରହିଥିଲା ।
ଆସନ୍ତା ୨୪ ଘଣ୍ଟା ଭିତରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ଆକଳନ କରିଥିଲା ପାଣିପାଗ କେନ୍ଦ୍ର । ତେବେ ପାଣିପାଗ ବିଭାଗର ଆକଳନ ଅନୁସାରେ ଓଡ଼ିଶା ଛୁଇଁଛି ମୌସୁମୀ । ଯାହାଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଲଗାଣ ବର୍ଷା ଲାଗି ରହିବ । ଏବର୍ଷ ଠିକ୍ ସମୟରେ ମୌସୁମୀ ଓଡ଼ିଶା ଛୁଇଁଥିବାରୁ ବର୍ଷା ସ୍ୱାଭାବିକ ରହିବ । କୃଷକଙ୍କୁ ପାଇଁ ଏହା ଏକ ପ୍ରକାରର ଖୁସି ଖବର । କାରଣ ସ୍ୱାଭାବିକ ବର୍ଷା ହେବା ଦ୍ୱାରା ରଜ୍ୟରେ ଏବର୍ଷ ଭଲ ଚାଷ ମଧ୍ୟ ହେବ ।
ସେପଟେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଫଳରେ ରାଜ୍ୟରେ ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଲାଗିରହିବ । ତେବେ ଲଘୁଚାପ ବର୍ଷା ସମୟରେ ରାଜ୍ୟରେ ୪୦ ରୁ ୫୦ କିଲୋମିଟର ପର୍ଯ୍ୟନ ପବନ ବୋହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ କେନ୍ଦ୍ର । ଏନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଗାଗ କେନ୍ଦ୍ର ।