ଦେଢ଼ ମାସ ହେଲା ମିଳୁନି ଝିଅର ପତ୍ତା, ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକ

ଭଦ୍ରକ: ପ୍ରାୟ ଦେଢ଼ ମାସ ହେଲା ମିଳୁନି ଝିଅର ପତ୍ତା । ଥାନାରୁ ନିରାଶ ହେବାପରେ ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଗୋପାଳପୁରର ଗୋବିନ୍ଦ ସୁତାରଙ୍କ ନାବାଳିକା ଝିଅ ଗତ ମାର୍ଚ୍ଚ ମାସ ୨୫ ତାରିଖରୁ ନିଖୋଜ ଅଛନ୍ତି । କଲେଜକୁ ପାଠ ପଢ଼ିବାକୁ ଯାଇ ଫେରିନାହାନ୍ତି ।

ଜଳମଣ୍ଡୁଆ ଗାଁର ଜଣେ ଯୁବକ ନାବାଳିକାଙ୍କୁ ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ବାପା । ପୋଲିସ ଏତଲା ଗ୍ରହଣ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଏନେଇ ଏସପିଙ୍କୁ ଫେରାଦ ହୋଇ ଅଭିଯୋଗ ଜଣାଇଛନ୍ତି ପରିବାର ଲୋକ ।