ପ୍ରକାଶ ପାଇଲା ବାଲେଶ୍ୱରର ୧୫ ସଂକ୍ରମିତଙ୍କ ତଥ୍ୟ

1 min read

ବାଲେଶ୍ୱର: ମଙ୍ଗଳବାର ବାଲେଶ୍ୱରରୁ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୫ ଜଣ ପଜିଟିଭଙ୍କ ତଥ୍ୟ ପ୍ରକାଶ କରିଛନ୍ତି ବାଲେଶ୍ୱର ଉପ-ଜିଲ୍ଲାପାଳ । ୧୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ ଖଇରା, ୩ ଜଣ ସୋର, ୩ ଜଣ ଔପଦା ଓ ଜଣେ ନୀଳଗିରି ଅଞ୍ଚଳରୁ ବୋଲି ସୂଚନା ମିଳିଛି । ଏ ସମସ୍ତ ଆକ୍ରାନ୍ତ କ୍ୱାରେନଣ୍ଟାଇନରେ ରହିଥିଲେ। ଚିହ୍ନଟ ପରେ ୧୫ ଜଣଙ୍କୁ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଏଥିସହ ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସେପଟେ ଗଞ୍ଜାମ ଓ ଯାଜପୁରରୁ ୩ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ଆକ୍ରାନ୍ତ ସଂଖ୍ୟା ୧୫୭ରେ ପହଞ୍ଚିଥିବା ବେଳେ ଯାଜପୁରରେ ସଂକ୍ରମିତଙ୍କ ସଂଖ୍ୟା ୬୪ କୁ ବୃଦ୍ଧି ପାଇଛି। ସେପଟେ ପୁରୀ ଓ ବୌଦ୍ଧରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ପୁରୀରେ ଆକ୍ରାନ୍ତ ସଂଖ୍ୟା ୪ କୁ ଓ ବୌଦ୍ଧରେ ୫ କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ୩୪୯ ଆକ୍ଟିଭ କେସ ରହିଛି । ଅପରପକ୍ଷରେ ୮୫ ଜଣ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ କରୋନା ସଂକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ଆଉ ୨୩ କରୋନା ସଂକ୍ରମିତ ଚିହ୍ନଟ… ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି

Leave a Reply