ଗ୍ରାହକ ବେଶରେ ଶିକାରୀକୁ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ ଏସଟିଏଫ

1 min read

ବୌଦ୍ଧ: ବୌଦ୍ଧ ହରଭଙ୍ଗାରେ କ୍ରାଇମବ୍ରାଞ୍ଚ ଏସଟିଏଫର ଚଢ଼ାଉ । ଗ୍ରାହକ ବେଶରେ ଶିକାରୀକୁ ମାଡ଼ି ବସିଲା STF । ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ ହୋଇଛି । ଘଟଣାରେ ଜଣେ ଶିକାରୀକୁ ଗିରଫ କରିଛି ଏସଟିଏଫ୍ । ରାକେଟରେ ଆଉ କିଏ ସଂପୃକ୍ତ ଅଛନ୍ତି, ସେନେଇ ପଚରାଉଚରା ଚାଲିଛି । ଚାରିଛକର ଫରେଷ୍ଟ ବଙ୍ଗଳାରେ ୫ ଦିନ ହେବ ଡେରା ପକାଇଥିଲା ଏସଟିଏଫ୍‌ ଟିମ୍ । ହରଭଙ୍ଗା ଅଞ୍ଚଳରେ ବାଘ ଛାଲ ଡିଲ୍ ନେଇ ସୂଚନା ପାଇଥିଲା ଏସଟିଏଫ । ଏମାନଙ୍କୁ ଧରିବା ପାଇଁ ଏସଟିଏଫ ଓ ବନବିଭାଗ ମିଳିତ ଭାବେ ଚଢ଼ାଉ କରିଥିଲେ । ବିଳମ୍ବିତ ରାତ୍ରିରେ ହରଭଙ୍ଗା ଅଞ୍ଚଳରୁ ଶିକାରୀ ଓ ୩ଟି ଜନ୍ତୁ ଛାଲ ଜବତ କରିଥିଲା STF । ଜନ୍ତୁ ଗୁଡିକୁ ସାତକୋଶିଆ ବନ୍ୟାପ୍ରାଣୀ ଅଞ୍ଚଳରେ ଶିକାର କରାଯାଇଥିବା ଅନୁମାନ କରାଯାଉଛି ।