ଫାଶିରେ ଝୁଲିବେ ୯ ଅଭିଯୁକ୍ତ !

ଗୁଣପୁର: ଗୁଣିଆ ସନ୍ଦେହରେ ୩ ଜଣଙ୍କୁ ହତ୍ୟା ମାମଲାରେ ଫାଶି ଦଣ୍ଡାଦେଶ ପାଇଥିବା ୯ ଅଭିଯୁକ୍ତଙ୍କ ଦଣ୍ଡ କାଏମ ରଖିଲେ ଜିଲ୍ଲା ଓ ଦୌରାଜଜ୍ ଅଦାଲତ । ପୂବର୍ରୁ ଏଡିଜେ କୋର୍ଟ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଥିଲେ ।

ପରେ ଅଭିଯୁକ୍ତମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାର ବିଚାର ପୁନର୍ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଡିଜେ କୋର୍ଟ ମାମଲା ଜିଲ୍ଲା ଓ ଦୌରାଜଜ କୋର୍ଟଙ୍କୁ ସ୍ଥାନାନ୍ତର କରିଥିଲେ । ଆଜି ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ ସହ ପୁଣି ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଓ ଦୌରାଜଜ କୋର୍ଟ ।

୨୦୧୬ରେ ଗୋଟିଏ ପରିବାରର ବାପା, ମା ଓ ଝିଅଙ୍କୁ ଗୁଣିଗାରେଡି ସନ୍ଦେହରେ ପ୍ରଥମେ ନିସ୍ତୁକ ମାଡ ପରେ କୀଟନାଶକ ଇଞ୍ଜେକସନ ଦେଇଥିଲେ । ଅଚେତ ଅବସ୍ଥାରେ ଗାତଖୋଳି ସେମାନଙ୍କୁ ପୋତି ଦେଇଥିଲେ ।  ପରେ ପୋଲିସ ହାତରେ ଧରାପଡିଯିବା ଭୟରେ ଗାତ ଭିତରୁ ବାହାର କରି ପୁଣି କିରୋସିନ ଢାଳି ପୋଡି ଦେଇଥଲେ । ଏହି ଜଘନ୍ୟ ହତ୍ୟା ମାମଲାରେ ପୁଟାସିଂ ପୋଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଜଣେ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇଦେଇଥିଲା ।

Leave a Reply