କେନ୍ଦ୍ରାପଡ଼ାରେ ହେବ ଦେଶର ସର୍ବବୃହତ ଷ୍ଟିଲ୍‌ ପ୍ଲାଣ୍ଟ: ପ୍ରତାପ ଦେବ

1 min read

ଭୁବନେଶ୍ୱର: ଜାପାନରେ ଅନୁଷ୍ଠିତ ବିଜନେସ୍‌ ମିଟକୁ ବଡ଼ ସଫଳତା ମିଳିଛି । କେନ୍ଦ୍ରାପଡ଼ାରେ ହେବ ଦେଶର ସର୍ବବୃହତ ଷ୍ଟିଲ୍‌ ପ୍ଲାଣ୍ଟ । ମୁଖ୍ୟମନ୍ତ୍ରୀ ଓ ଟିମ୍, ନିପ୍ପନ ଷ୍ଟିଲ୍‌ ବୁଲି ଦେଖିଛନ୍ତି  l ୯ ଦିନ ଗସ୍ତର ସଫଳ ହୋଇଛି  l ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ମିଶନ ମୋଡରେ ଶିଳ୍ପାୟନ ଆଗକୁ ଯିବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । ଜାପାନ ଓଡ଼ିଶାର ବିଜିନେସ୍‌ ପାର୍ଟନର୍ ଥିବା ବେଳେ ମେଟାଲ ଶିଳ୍ପକୁ ଗୁରୁତ୍ବ ଦିଆଯାଇଛି ।

ଓଡ଼ିଶାରେ ୩୦ ନିୟୁତ ମେଟ୍ରିକ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ନିପ୍ପନ ଷ୍ଟିଲ ପ୍ଲାଣ୍ଟ ହେବ l ସେମାନେ ପାୱାର ପ୍ଲାଣ୍ଟ ପାଇଁ ଗ୍ରୀନ ଆମୋନିଆ ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି l ଜାପାନ ଓଡ଼ିଶାରେ ଜାହାଜ ପରିଚାଳନା ହବ୍‌ କରିବାକୁ ଆଗ୍ରହ ପ୍ରକାଶ କରିଛି । ଖୁବଶୀଘ୍ର ଜାପାନ ପ୍ରତିନିଧି ଦଳ ଓଡ଼ିଶା ଆସି କ୍ଷେତ୍ର ପରିଦର୍ଶନ କରିବେ ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।