spot_img

Latest Posts

ଭଦ୍ରକରେ ଆଉ ୩ ପଜିଟିଭ୍‌ ଚିହ୍ନଟ ପରେ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ସିଲ୍‌: ସର୍ଭିଲାନ୍‌ସ ଜୋନ୍‌ରେ ୩୨ ପଞ୍ଚାୟତ

ଭଦ୍ରକ: ରାଜ୍ୟର ଚିନ୍ତା ବଢାଇଛଇ ଭଦ୍ରକ । ଆଉ ଭଦ୍ରକର ଚିନ୍ତା ଚିନ୍ତା ବଢାଉଛି ବେଙ୍ଗଲ ଲିଙ୍କ। ଆଜି ଚିହ୍ନଟ ହୋଇଥିବା ୩ ପଜିଟିଭଙ୍କ ମଧ୍ୟ ରହିଛି ପଶ୍ଚିମବଙ୍ଗ କନେକ୍ସନ୍‌ । ଭଦ୍ରକରୁ ଚିହ୍ନଟ ହୋଇଥିବା ୩ ପୁରୁଷ ସଂକ୍ରମିତଙ୍କ ବୟସ ୪୫, ୨୮ ଓ ୨୯ । ଏମାନଙ୍କ ମଧ୍ୟରୁ ବାସୁଦେବପୁର ବ୍ଲକରୁ ୨ ଜଣ, ବନ୍ତରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ପଜିଟିଭ୍‌ ଚିହ୍ନଟ ପରେ କଣ୍ଟେନ୍‌ମେଣ୍ଟ ଅଞ୍ଚଳକୁ ସିଲ୍‌ କରାଯାଇଛି। ଏସଂପର୍କରେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ଆକ୍ରାନ୍ତ ଚିହ୍ନଟ ହେବା ପରେ ଚୂଡାମଣି ଓ କିସମତ୍‌ କୃଷ୍ଣପୁର ପଞ୍ଚାୟତ ସିଲ୍‌ କରାଯାଇଛି। ଜିଲ୍ଲାରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ ରେ ପହଞ୍ଚିଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି। ପଜିଟିଭଙ୍କ ମଧ୍ୟରୁ ୧୬ ଜଣ କୋଲକାତା ଫେରନ୍ତା ଅଛନ୍ତି । ବାସୁଦେବପୁର ବ୍ଲକରେ ସର୍ବାଧିକ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ବାସୁଦେବପୁରର ୨ଟି ପଞ୍ଚାୟତ ଓ ବନ୍ତ ବ୍ଲକର ଗୋଟିଏ ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଗତ ୬୦ ଘଣ୍ଟାର ସଟ୍‌ଡାଉନ୍‌ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୮ଟି କ୍ୟାମ୍ପ କରାଯାଇ ୧୩ ଶହରୁ ଅଧିକ ନମୁନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲ୍ଲାପାଳ କହିଛନ୍ତି । ୩୨ଟି ପଞ୍ଚାୟତକୁ ସର୍ଭିଲାନ୍‌ସ ଜୋନ୍‌ କରାଯାଇଛି। ୧୦ ରୁ ଅଧିକ କୋଲକାତା ଫେରନ୍ତା ରହିଥିବାରୁ ସେସବୁ ପଞ୍ଚାୟତ ଉପରେ ନଜର ରଖାଯାଇଛି।

 

Latest Posts

Don't Miss