ଜୋରସୋରରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାମ, ଓଝା ସେବକଙ୍କ କଣ୍ଟା ନିର୍ମାଣ ଶେଷ

ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣରେ ଲାଗିଛନ୍ତି ସେବକ । ରଥଖଳାରେ ତିନିରଥର ମହାରଣାଙ୍କ ଦ୍ବାରା ଗରଗରା, ଚଉଦ ନାହାକା, ଚାରି ନାହାକା ଏବଂ ପାଞ୍ଚ ଦଣ୍ଡା ନିର୍ମାଣ ଆଗେଇ ଚାଲିଥିବାବେଳେ ତିନି ରଥର ରୂପକାର ସେବକଙ୍କ ଦ୍ବାରା କୋଣଗୁଜ ଏବଂ ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ଜାରି ରହିଛି । ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ତିନି ରଥର ଦଣ୍ଡା କଣ୍ଟା ନିର୍ମାଣ ଶେଷ କରି ଯୋଖା କଣ୍ଟା ନିର୍ମାଣ କରୁଥିବାବେଳେ ରୂପକାର ସେବକମାନେ ରୂପ ଖୋଦେଇ ସହ ଅଳଙ୍କାର ତଥା ପଲିସ କାର୍ଯ୍ୟ କରୁଛନ୍ତି ।