ବାତ୍ୟାକୁ ନେଇ ୪୮ ଘଣ୍ଟା ପରେ ଆସିବ ସ୍ପଷ୍ଟ ଚିତ୍ର, ଭୟଭୀତ ନହୋଇ ସତର୍କ ରହିବାକୁ SRCଙ୍କ ପରାମର୍ଶ

1 min read

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ବାତ୍ୟା ନେଇ କିଛି ସମୟ ପରେ ଆସିବ ସ୍ପଷ୍ଟ ଚିତ୍ର । ଯଦି ବାତ୍ୟା ହୁଏ, ତେବେ ରାଜ୍ୟର ୧୮ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଥିପାଇଁ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଏସଆରସି । ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀ, ଓଡ୍ରାଫ୍, NDRF ଟିମକୁ ସତର୍କ ରଖାଯାଇଛି ।

ସେପଟେ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ କରି ପ୍ରତି ଜିଲ୍ଲା ହେଡ୍ କ୍ୱାର୍ଟରରେ ଆବଶ୍ୟକ ସାମଗ୍ରୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଶକ୍ତି, ପଞ୍ଚାୟତ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ବାତ୍ୟା ଆତଙ୍କରେ ଅନେକ ସାମଗ୍ରୀର କଳାବଜାର ହେବାର ଆଶଙ୍କା ରହିଛି । ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦିଆଯାଇଛି । ବଜାରରେ ଯଥେଷ୍ଟ ସାମଗ୍ରୀ ମହଜୁଦ ରହିଛି । ଅଯଥାରେ ଅଧିକ ସାମଗ୍ରୀ କିଣି ଘରେ ଗଚ୍ଛିତ ନ ରଖିବାକୁ ପରାମର୍ଶ ଦିଆଯାଇଛି । ବିପଦ ଆଶଙ୍କା ଥିବା ଅଞ୍ଚଳରେ ସ୍ଥାୟୀ ଓ ଅସ୍ଥାୟୀ ନିରାପଦ ଆଶ୍ରୟସ୍ଥଳ ଚିହ୍ନଟ କରାଯାଉଛି । ସେପଟେ ବାତ୍ୟା ସ୍ଥିତିକୁ ନେଇ ଆଜି ଜିଲ୍ଲାପାଳମାନେ ଏସଆରସିଙ୍କୁ ରିପୋର୍ଟ ଦେବେ ।