ସ୍କୁଲରେ ରହିବ ଉପଯୁକ୍ତ ମାସ୍କ, ବିଦେଶ ଯିବେନି ମନ୍ତ୍ରୀ ଏବଂ ସରକାରୀ କର୍ମଚାରୀ
ଭୁବନେଶ୍ୱର: କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ପଦକ୍ଷେପ । ଦେଶକୁ ଦେଶ ଡ଼େଉଁଥିବା ମହାମାରୀ କରୋନାରୁ ବଞ୍ଚିବା ପାଇଁ ଦୃଢ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କାରଣ ଏବେ କରୋନାରେ ମୃତ୍ୟୁ ସଂଖ୍ୟା ୩ ହଜାରରୁ ଅଧିକ ଟପିଲାଣି । ଭାରତରେ ମଧ୍ୟ କରୋନାର ସଂଖ୍ୟା ଏବେ ଧିରେ ଧିରେ ବଡ଼ିବାରେ ଲାଗିଲାଣି ।
ଓଡ଼ିଶାରେ ସନ୍ଦିଗ୍ଧଙ୍କୁ ଦେଖିବା ପରେ ତତ୍ପର ହୋଇଛି ସରକାର । ଯାହାକୁ ନେଇ କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ବୈଠକ ପରେ ସବୁ ବିଭାଗ ପାଇଁ ଆଡଭାଇଜରି ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ ଏବଂ ସରକାରୀ ଅଫିସରଙ୍କ ବିଦେଶ ଗସ୍ତ ଉପରେ କଟକଣା ଜାରି । କଟକଣା ଲଗାଇବାକୁ ସାଧାରଣ ପ୍ରଶାସନ ବିଭାଗକୁ ନିର୍ଦ୍ଦେଶ ।
ଲୋକଙ୍କୁ ସଚେତନ କରାଇବାକୁ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ । ବିଭିନ୍ନ ସ୍ଥାନରେ ସଚେତନ ହୋର୍ଡିଂ ଲଗାଇବାକୁ ବୈଠକରେ ନିର୍ଦ୍ଦେଶ ହୋଇଛି । ଜିପି, ପଞ୍ଚାୟତ ସମିତି ମାଧ୍ୟମରେ ସଚେତନ ପାଇଁ ନିର୍ଦ୍ଦେଶ ।
ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ମାସ୍କ ମହଜୁଦ ପାଇଁ ନିର୍ଦ୍ଦେଶ । ସ୍କୁଲ ଚଟାଣ, ଟେବୁଲ, ଡୋର, ହ୍ୟାଣ୍ଡଲ ବିଶୋଧନ କର । ପର୍ଯ୍ୟାପ୍ତ ପରିମାଣର ମାସ୍କ ମହଜୁଦ ପାଇଁ ନିର୍ଦ୍ଦେଶ । ବାୟୋମେଟ୍ରିକ ଉପସ୍ଥାନ କୋହଳ ପାଇଁ ଆଡଭାଇଜରି