ଆସନ୍ତାକାଲି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ଯମନ୍ତ୍ରୀ, ରହିଛି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ଯାସ ଓ ଉଦଘାଟନ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ଟା ୧୫ରେ ଗଞ୍ଜାମ ଜିଲ୍ଲାର ଶେରଗଡ଼ରେ ପହଞ୍ଚିବେ ନବୀନ । ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବା ସହ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ଯାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଶୀତଲାପଲ୍ଲୀଠାରେ ନିର୍ମିତ ସମ ହସପିଟାଲର ନୂଆ ୟୁନିଟକୁ ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ । ପରେ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ପଡ଼ିଆରେ ଏକାଧିକ ପ୍ରକଳ୍ପ ଉଦଘାଟନ କରିବା କାର୍ଯ୍ଯକ୍ରମ ରହିଛି । ଘଟକେଶ୍ବର ବହୁମୂଖୀ ପ୍ରକଳ୍ପ, ହରଭଙ୍ଗି ସଂପ୍ରସାରିତ ପ୍ରକଳ୍ପ, ଛେଳିଗଡ଼ ଟନେଲର ଉଦଘାଟନ ସହ ଡ୍ଯାମ ଓ  ଜାନିଭାଲି ବ୍ଯାରେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ଯମନ୍ତ୍ରୀ । ଆକ୍ମି କ୍ଲିନ ଏନର୍ଜି ପ୍ରାଇଭେଟ ଲିମିଟେଡର ଓ ଅଭଢା ଗୃପ ଅଫ କମ୍ପାନିଜର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ମୁଖ୍ଯମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଶୀତଳାପଲ୍ଲୀ ଓ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ପଡ଼ିଆରେ ପହଞ୍ଚି ସାଂସଦ ମାନସ ମଙ୍ଗରାଜ, ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ସୁବାସ ଚନ୍ଦ୍ର ବେହେରା ପହଞ୍ଚି ପ୍ରସ୍ତୁତିର ଅନୁଧ୍ଯାନ କରିଛନ୍ତି