ପାଖେଇଲାଣି ରଥଯାତ୍ରା, ଆଜି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପାଖେଇଲାଣି ରଥଯାତ୍ରା । ଶୃଙ୍ଖଳିତ ଘୋଷଯାତ୍ରା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଲାଗିପଡ଼ିଛି ପ୍ରଶାସନ । କେଉଁ କାର୍ଯ୍ୟ କେତେ ବାଟ ଯାଇଛି ସେନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଶେଷ ରଥ ସମନ୍ୱୟ ବୈଠକ । ଦିନ ସାଢ଼େ ୧୧ଟାରେ ଟାଉନ ହଲରେ ହେବ ଆଲୋଚନା । ଭର୍ଚୁଆଲରେ ରହି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘୋଷଯାତ୍ରା ପୂର୍ବରୁ ରାସ୍ତାଘାଟ, ପାନୀୟ ଜଳ, ପରିମଳ, ଗମନାଗମନ, ଭିଡ଼ ନିୟନ୍ତ୍ରଣ, ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟ ସେବା କାର୍ଯ୍ୟର ସମୀକ୍ଷା କରାଯିବ । କେଉଁ ବିଭାଗର କାମ କେତେବାଟ ଯାଇଛି ସେ ସମ୍ପର୍କରେ ଅପଡେଟ୍ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।