ଜାନୁଆରୀ ଏକ ତାରିଖରେ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର : ସ୍ବପ୍ନରେ ରହିବନି ମେଟ୍ରୋ ପ୍ରକଳ୍ପ । ନୂଆବର୍ଷରେ ମେଟ୍ରୋ ପ୍ରକଳ୍ପର ଶୁଭ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାନୁଆରୀ ଏକ ତାରିଖରେ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ  ।  ୪ ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର  । ଏଥିପାଇଁ ୫ ହଜାର ୯୨୯ କୋଟି ଟଙ୍କାର ଡିପିଆରକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  । ପ୍ରକଳ୍ପର ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବାକୁ ଥିବାବେଳେ ଚଳିତବର୍ଷ ବଜେଟରେ ୨୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି  ଫାଇଭ-ଟି ଉପକ୍ରମରେ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ସାମିଲ କରିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ କଟକ ତ୍ରିଶୁଳିଆ ଯାଏ ମେଟ୍ରୋ ଟ୍ରେନ ଗଡ଼ିବ । ପରେ ଖୋର୍ଦ୍ଧା ଓ ପୁରୀ ସହରକୁ ଏହାକୁ ସଂପ୍ରସାରିତ କରାଯିବ । ରାସ୍ତାର ମଧ୍ୟ କିମ୍ବା ପାର୍ଶ୍ବରେ ଯିବ ପ୍ରସ୍ତାବିତ ମେଟ୍ରୋ  ।   ୨୬ କିଲୋମିଟରରେ ରହିବ ୨୦ଟି ଷ୍ଟେସନ । ଗତ ଏପ୍ରିଲ ପହିଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଫାଇଭ-ଟି ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଥିଲେ । ଦିଲ୍ଲୀ ମେଟ୍ରୋ ରେଳ ନିଗମ ରାଜ୍ୟ ସରକାରଙ୍କୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିଛି  ।  ଗାଡ଼ି ଚଳାଚଳ, ଟ୍ରାଫିକ ଦୃଷ୍ଟି କୋଣରୁ ଭୁବନେଶ୍ବ-କଟକ ରାସ୍ତା ଜାମ୍ ରହୁଥିବା ବେଳେ ବିକଳ୍ପ ରାସ୍ତା ଭାବେ ରିଙ୍ଗ ରୋଡ଼ ପ୍ରସ୍ତୁତ ହୋଇଛି ।Delhi Metro Rail Corporation submits Bhubaneswar metro DPR to Odisha govt-  The New Indian Express

ଗମନାଗମନକୁ ନବୀନ ସରକାର ଯଥେଷ୍ଟ ଗୁରୁତ୍ବ ଦେଉଥିବା ବେଳେ ରାଜ୍ୟର ପ୍ରଥମ ରେଳ ପ୍ରକଳ୍ପ ଉପରେ ସହରବାସୀଙ୍କ ନଜର ରହିଛି । ପୂର୍ବରୁ ରାଜ୍ୟସରକାର ଅତିରିକ୍ତ ବଜେଟରେ ମେଟ୍ରୋ ରେଳ ପାଇଁ ୨୧୦ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ । ଫଳରେ ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବରରୁ ତ୍ରିଶୂଳିଆ ମେଟ୍ରୋ ଟ୍ରେନ ଗଡ଼ିବ ଆଶା ପୂରଣ ହେବାକୁ ଯାଉଛି  । ଫାଇଭ-ଟି ଉପକ୍ରମରେ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ସାମିଲ କରିଥିଲେ ରାଜ୍ୟ ସରକାର ।   ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ଯାଏ ଚାଲିବ ଟ୍ରେନ  । ପରେ ଖୋର୍ଦ୍ଧା ଓ ପୁରୀ ସହରକୁ ଏହାକୁ ସଂପ୍ରସାରିତ କରାଯିବ ।  ୨୬ କିଲୋମିଟରରେ ରହିବ ୨୦ଟି ଷ୍ଟେସନ । ଖର୍ଚ୍ଚ ହେବାକୁ ଥିବା ୬ହଜାର କୋଟି ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରିବେ ।