spot_img

Latest Posts

ବିଜେପୁରରୁ ବରଗଡ଼ ବିକାଶର ପ୍ରତିଶ୍ରୁତି, ଦିନକ ପରେ BSKY ସ୍ମାର୍ଟ ହେଲ୍‌ଥ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେପୁରରୁ ବରଗଡ଼ ବିକାଶର ପ୍ରତିଶ୍ରୁତି। ବଦଳିଛି ବରଗଡ଼, ଆହୁରି ଅଧିକ ବିକାଶର ଆଶ୍ୱାସନା। ନବୀନଙ୍କ ଦ୍ୱିତୀୟ ନିର୍ବାଚନମଣ୍ଡଳୀ ବିଜେପୁର। କଥା ଦେଇ କଥା ରଖିଛନ୍ତି ନବୀନ। ଏବେ ଆହୁରି ସ୍ମାର୍ଟ ହେବ ବରଗଡ଼। ଆସନ୍ତା ୧୩ ତାରିଖରେ ବରଗଡ଼ ଗସ୍ତରେ ଯାଇ BSKY ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଉତ୍ତମ ସ୍ୱାସ୍ଥ୍ୟସେବାର ଗ୍ୟାରେଣ୍ଟି ଦେଉଥିବା ସ୍ମାର୍ଟ କାର୍ଡ ହିତାଧିକାରୀଙ୍କୁ ବାଣ୍ଟିବେ ମୁଖ୍ୟମନ୍ତ୍ରୀ। ଏହାପରେ ପ୍ରତି ପଞ୍ଚାୟତରେ ମନ୍ତ୍ରୀ ଓ ବିଧାୟକ ଜିଲ୍ଲାର ସବୁ ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବେ। ଏଥିସହ ବିଜେପୁରରେ ୨୯୫କୋଟି ଟଙ୍କାରେ ୧୫୦ରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଦେଶରେ ସ୍ୱାସ୍ଥ୍ୟକ୍ଷେତ୍ରରେ ବିଜୁ ହେଲ୍‌ଥ କାର୍ଡ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ବିଜେଡି କହିଛି।

ଗରିବଙ୍କ ପାଇଁ ଖୁସିର ମାଷ୍ଟର କି’ ସ୍ମାର୍ଟ ହେଲ୍‌ଥ କାର୍ଡ। ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଏଥିରେ ଉପକୃତ ହେବେ। ପୁରୁଷଙ୍କୁ ୫ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଛି। ରାଜ୍ୟ ଓ ରାଜ୍ୟ ବାହାରର ୨ଶହ ବଡ଼ ହସପିଟାଲରେ ମାଗଣା ସ୍ୱାସ୍ଥ୍ୟସେବା ମିଳୁଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତ ହେଉଛି ବିଜେପୁର।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡରେ ମିଳୁଛି ମାଗଣା ଚିକିତ୍ସା। କେବଳ କାର୍ଡ ଦେଖାଇଲେ ବଡ଼ ହସପିଟାଲ୍‌ରେ ସ୍ୱାସ୍ଥ୍ୟସେବା ମିଳୁଛି। ହିତାଧିକାରୀଙ୍କ ମୁହଁରେ ସ୍ମାର୍ଟ କାର୍ଡର ସଫଳତା। ମୁଖ୍ୟମନ୍ତ୍ରୀ ମଧ୍ୟ ସୋସିଆଲ୍‌ ମିଡିଆରେ ଖୁସି ବ୍ୟକ୍ତ କରିଛନ୍ତି।

Latest Posts

Don't Miss