୧୩ରେ କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ, ଧରଣୀଧର ମେଡିକାଲ କଲେଜର କରିବେ ଶୁଭ ଉଦଘାଟନ

1 min read

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ିହେବ ନୂତନ ଅଧ୍ୟାୟ । ଆସନ୍ତା ୧୩ ତାରିଖରେ କେନ୍ଦୁଝର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲର ଶୁଭ ଉଦଘାଟନ କରିବେ ନବୀନ । ୨୦୧୬ରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ । ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ମେଡିକାଲ କଲେଜ ।

୨୫ଟି ବ୍ଳକ୍ ଓ ୧୮ଟି କୋଠା ନିର୍ମାଣ କରାଯିବା ସହିତ କଲେଜ ପାଇଁ ଅଲଗା ଓ ହସ୍ପିଟାଲ୍ ପାଇଁ ୩ଟି ବ୍ଳକ୍ ନିର୍ମାଣ କରାଯାଇଛି । ସମସ୍ତ ବିଭାଗ କାର୍ଯ୍ୟକ୍ଷମ ହେବା ସହିତ, ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କୁ ଏବେ ମିଳିପାରିବ ଉନ୍ନତମାନର ସ୍ଵାସ୍ଥ୍ୟସେବା । ପ୍ରଥମ ବର୍ଷ ୧୦୦ଟି MBBS ସିଟରେ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ, ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଲୋକ ପାଇପାରିବେ ଅତ୍ୟାଧୁନିକ ସ୍ଵାସ୍ଥ୍ୟସେବା ।