ଆସନ୍ତା ୭ରେ ଝାରସୁଗୁଡା ଯିବେ ମୁଖ୍ୟମନ୍ତ୍ରୀ ; ଦୀପାଳି ଦାସଙ୍କ ପାଇଁ କରିବେ ପ୍ରଚାର

ଝାରସୁଗୁଡ଼ା : ଆସନ୍ତା ୭ ତାରିଖରେ ଝାରସୁଗୁଡା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ ନବୀନ । ଝାରସୁଗୁଡାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରି ଦୀପାଳିଙ୍କ ପାଇଁ ସମର୍ଥନ ଲୋଡ଼ିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଉତ୍ସାହିତ ବିଜେଡି । ଅନ୍ୟପଟେ ଦୀପାଳିଙ୍କ ପାଇଁ ଘରକୁ ଘର ବୁଲି ସମର୍ଥନ ସାଉଣ୍ଟୁଛନ୍ତି ବିଜେଡି ଷ୍ଟାର ପ୍ରଚାରକ ଓ କର୍ମୀ ।