ଆଜି ସ୍ବର୍ଗତ ନବକିଶୋର ଦାସଙ୍କ ଦ୍ବାଦଶ କ୍ରିୟା ; ସ୍ମୃତି ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା : ଆଜି ସ୍ବର୍ଗତ ନବକିଶୋର ଦାସଙ୍କ ଦ୍ବାଦଶ କ୍ରିୟା । ଝାରସୁଗୁଡାରେ ଆୟୋଜିତ ହେବ ସ୍ମୃତି ସଭା । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସ୍ମୃତି ସଭାରେ ଯୋଗଦେଇ ନବ କିଶୋରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ନବ କିଶୋରଙ୍କ ଦେହାନ୍ତ ପରେ ମୁରବୀଶୂନ୍ୟ ହୋଇଯାଇଛି ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ । ପ୍ରିୟ ନେତାଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ଜନତା  । ନବ କିଶୋରଙ୍କୁ ଝୁରୁଛନ୍ତି ଝାରସୁଗୁଡ଼ାବାସୀ  ।  ଆଜି ରାଜ୍ୟର ସବୁ ଦଳର ନେତାଙ୍କ ସହିତ ଝାରସୁଗୁଡ଼ାବାସୀ ସ୍ମୃତି ସଭାରେ ଯୋଗଦେଇ ପ୍ରିୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବେ  ।