ଶେଷଦେବଙ୍କ ସଂଘର୍ଷର କାହାଣୀ, ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ

1 min read

ରୋମ୍: ବିଦେଶରେ ପ୍ରବାସୀଙ୍କୁ ଦେଖି ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମରେ ଓଡ଼ିଶାର ଯୁବ ବୈଜ୍ଞାନିକ ଶେଷ କିଷାନ ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ସଚିବଙ୍କୁ ଭେଟି ୪ ବର୍ଷ ତଳର ସ୍ମୃତି ମନେ ପକାଇଛନ୍ତି । ଜର୍ମାନୀରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଥିବା କିଷାନ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଆନନ୍ଦରେ ଆଖି ଛଳଛଳ ହୋଇଯାଇଥିଲା । ୨୦୧୮ରେ ସଚିବାଳୟରେ ବୈଜ୍ଞାନିକ ଶେଷ କିଷାନ ନିଜର ସଂଘର୍ଷର କାହାଣୀ ଅଧିକାରୀମାନଙ୍କୁ ଶୁଣାଇଥିଲେ ।

ବାଲ୍ୟାବସ୍ଥାରୁ ମାଆଙ୍କୁ ହରାଇଥିବା କିଷାନ ଜଣେ ଦିନ ମଜୁରିଆ ଭାବେ ଜୀବନ ଆରମ୍ଭ କରିଥିଲେ । ପରେ ନବୋଦୟ ବିଦ୍ୟାଳୟରେ ପାଠପଢା ଆରମ୍ଭ କରିଥିଲେ । ୨୦୧୨ ନାଇଜର ସର୍ବଭାରତୀୟ ପରୀକ୍ଷାରେ ଶ୍ରେଷ୍ଠ ୧୬ତମ ସ୍ଥାନ ଦଖଲ କରିଥିଲେ । ହେଲେ ନିଜ ବାପାଙ୍କ ମୃତ୍ୟୁ ପାଇଁ ନାମ ଲେଖାଇ ପାରିନଥିଲେ । ପରେ ପୁଣି ଭଲ ରାଙ୍କ ସହ ନାଇଜରରେ ଆଡମିଶନ କରିଥିଲେ । ୨୦୧୮ରେ ଗବେଷଣା ପାଇଁ ଜର୍ମାନୀର ଜର୍ଜ ଅଗଷ୍ଟ ବିଶ୍ବବିଦ୍ୟାଳୟରେ ସ୍ଥାନ ପାଇ ମୁଖ୍ୟମନ୍ତ୍ରୀକୁ ଭେଟି ସଚିବାଳୟରେ ସଂଘର୍ଷର କାହାଣୀ କହିଥିଲେ । ରୋମରେ କିଷାନ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କୁ ମୋ ପିତୃତୁଲ୍ୟ ବୋଲି କହିଛନ୍ତି ।