ଭୁବନେଶ୍ବର : ଭୁବନେଶ୍ବର ଜନତା ମୈଦାନ ନିକଟ ମହାତ୍ମା ଗାନ୍ଧୀ ପାର୍କରେ ଜାତୀୟ ଧ୍ୱଜା କ୍ଷେତ୍ର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ ହଜାର ୬ଶହ ବର୍ଗ ମିଟର ପରିସୀମାରେ ଏହି National Flag Plazaକୁ ଭାରତର ଜାତୀୟ ପତାକା ପ୍ରତି ଥିବା ସମ୍ମାନ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି । ଯେଉଁଥିରେ ୧୦୦ ଫୁଟ  ଉଚ୍ଚରେ ଥିବା ଏକ ମାଷ୍ଟ ଉପରେ ଏହି ପତାକାକୁ ଅବସ୍ଥାପିତ କରାଯାଇଛି । ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ବିଡିଏ ଅଧ୍ୟକ୍ଷ ଜି. ମାଥିଭାଥାନନ୍, ପୋଲିସ କମିଶନର ସଞ୍ଜୀବ ପଣ୍ଡା, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହଙ୍କ ସମେତ ଓଏମସିର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ପ୍ଲାଜା ଜାତୀୟ ପତାକାର ସୃଷ୍ଟି ଠାରୁ ଆରମ୍ଭ କରି ଏହାର ଐତିହାସିକ ସଂଘର୍ଷର ଏକ ସ୍ମରଣକାରୀ ଗାଥା ଭାବରେ ଏହାର କାହାଣୀକୁ ବର୍ଣ୍ଣନା କରିବ। ଷ୍ଟେନଲେସ୍ ଷ୍ଟିଲ୍ ପ୍ଲେଟରେ ସଜ୍ଜିତ ବାଲୁକା ପଥର ପ୍ୟାନେଲଗୁଡିକ ୧୯୦୭ ରୁ ୧୯୪୭ ମସିହା ପର୍ଯ୍ୟନ୍ତ ରହିଥିବା ପତାକା ଗୁଡିକୁ ୟୁଭି ମୁଦ୍ରିତ କରି ଏହାର ପ୍ରଦର୍ଶନ କରିବ । ଏହି ପ୍ୟାନେଲଗୁଡିକୁରେ ସ୍ୱାଧୀନତା ଆନ୍ଦୋଳନର ଜାତୀୟ ତଥା ସ୍ଥାନୀୟ ସ୍ଵାଧୀନତା ସଂଗ୍ରାମୀମାନଙ୍କ ଚିତ୍ର ରହିବ । ଭାରତୀୟ ସମ୍ବିଧାନର ସ୍ୱୀକୃତିପ୍ରାପ୍ତ ୨୨ ଟି ସରକାରୀ ଭାଷାରେ ଜୟ ହିନ୍ଦ୍ ଲେଖା ରହିବା ସହିତ ହିନ୍ଦୀ ଏବଂ ଓଡିଆ ବର୍ଣ୍ଣରେ ଜାତୀୟ ସଂଗୀତ ଏହି ପ୍ୟାନେଲର ଶୋଭାବର୍ଦ୍ଧନ କରିବ । ଏହି ଫ୍ଲାଗ ପ୍ଲାଜାର ପରିକଳ୍ପନା ବିଏମସିରୁ ଆରମ୍ଭ ହୋଇଥିଲା । ପରେ, ଓଡିଶା ଖଣି ନିଗମ  ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ର BUKC ମିଳିତ ଉଦ୍ୟମ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିଲା ।  ଫ୍ଲାଗ ପ୍ଲାଜାର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ୱ ବିଡିଏ ଉପରେ ରହିବ । ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ପତାକା ଜନସାଧାରଣଙ୍କୁ ଏହାର ଉପସ୍ଥିତିର ସିଧାସଳଖ ଦୃଶ୍ୟ ସଂଯୋଗ ପ୍ରଦାନ କରିଥାଏ କରିବ । 
ବାଲୁକା ପଥରରେ ଆବୃତ କାନ୍ଥ ପ୍ୟାନେଲଗୁଡିକ, ଦର୍ଶକମାନଙ୍କୁ ବର୍ଷ ବର୍ଷ ଧରି ଆମର ଜାତୀୟ ପତାକାର ବିବର୍ତ୍ତନ ବିଷୟରେ ଏକ ଶିକ୍ଷଣୀୟ ଯାତ୍ରା ସମ୍ବନ୍ଧରେ ଏକ ସମ୍ୟକ ଧାରଣା ପ୍ରଦାନ କରିବାରେ ସହାୟକ ହେବ। ଏହି ପ୍ଲାଜା ମଧ୍ୟରେ ଛୋଟ ପିଲାଙ୍କ ଖେଳ ପଡିଆ ଏବଂ ସମସ୍ତ ବୟସ ବର୍ଗର ବ୍ୟକ୍ତିଙ୍କୁ ମନୋରଞ୍ଜନ ସୁବିଧା ଉପଲବ୍ଧ କରିବା ପାଇଁ ବ୍ୟବସ୍ଥା ରହିବ, ପାର୍କରେ ଥିବା ଆଖପାଖ ପରିବେଶକୁ ବାଧା ନ ଦେଇ ଏହି ସବୁ ସୁବିଧା ଜନ ସାଧାରଣ ଙ୍କ ପାଇଁ ଉନ୍ମୁକ୍ତ ରହିବ । ଏହି ପ୍ଲାଜାରେ ଦେଶାତ୍ମବୋଧକ ଗୀତ ବଜାଇବା ପାଇଁ ଅଡିଓ ସାଉଣ୍ଡ ସିଷ୍ଟମ ଏବଂ ଏକ ୱାଟର ଫାଉଣ୍ଟେନ ମଧ୍ୟ ରହିଛି । ନିକଟସ୍ଥ ଅନୁଷ୍ଠାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକର ବୃହତ ସମାବେଶକୁ ଦୃଷ୍ଟିରେ ରଖି ଏହି ପ୍ଲାଜାର ଡିଜାଇନ୍ କରାଯାଇଛି। ୩.୬ ଏକର ପରିମିତ ଭୁବନେଶ୍ୱରର ସବୁଠାରୁ ପ୍ରିୟ ସ୍ଥାନ ଏହି ମହାତ୍ମା ଗାନ୍ଧୀ ପାର୍କ, ଜୟଦେବ ବିହାରର ଜନତା ମୈଦାନ ନିକଟରେ ଅବସ୍ଥିତ, ଯେଉଁଥିରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଅବସ୍ଥାପିତ ରହିଛି। ଏହି ପ୍ରକଳ୍ପର ସମାପ୍ତି ପରେ ପାର୍କର ସମୁଖରେ ଥିବା ୫୬୦୦ ବର୍ଗ ମିଟର ଜମିକୁ ପୁନଃଜୀବିତ କରିଛି ଏବଂ ଏହି ପରିସୀମାର ପୁନରୁଦ୍ଧାର କରିଛି । ଏହି ପଦକ୍ଷେପ କେବଳ ଭୁବନେଶ୍ୱରର ସାଂସ୍କୃତିକ ଅଭିବୃଦ୍ଧିକୁ ସମୃଦ୍ଧ କରିବା ସହିତ ଦେଶର ଐତିହ୍ୟ ଏବଂ ଜାତୀୟତା ବୋଧର ପ୍ରତୀକ ଭାବରେ ଗୌରବ ଗାଥା ବହନ କରିବାରେ ସହାୟକ ହେବ ।

