ବିଶ୍ୱ ଦରବାରରେ ଓଡ଼ିଶାର ନାଁ, ପୋପଙ୍କୁ ରଘୁରାଜପୁରର ପଟ୍ଟଚିତ୍ର ପେଣ୍ଟିଂ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ପୁରୀ: ଭାଟିକାନ ସିଟିରେ ପୋପ୍ ଫ୍ରାନସିସଙ୍କୁ ଭେଟି ଓଡ଼ିଶା ଓ ଓଡ଼ିଶାବାସୀଙ୍କ ତରଫରୁ ପଟ୍ଟଚିତ୍ର ପେଣ୍ଟିଂ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଐତିହ୍ୟ ଗ୍ରାମ ରଘୁରାଜପୁରର ଅପିନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ପ୍ରସ୍ତୁତ ଏହି ପଟ୍ଟଚିତ୍ର ବି ବିଶ୍ୱ ଦରବାରରେ ପହଞ୍ଚାଇଛି ଉତ୍କଳୀୟ ମହାନ କଳାକୀର୍ତ୍ତିର ସ୍ମାରକୀ । ପୁରୀ ରଘୁରାଜପୁରର ଶିଳ୍ପୀ ଅପୀନ୍ଦ୍ର ସ୍ୱାଇଁଙ୍କ ନିର୍ମିତ ପଟ୍ଟଚିତ୍ର ବିଶ୍ୱ ଦରବାରରେ ପହଞ୍ଚିଥିବା ବେଳେ ଗର୍ବିତ ଅନୁଭବ କରିଛନ୍ତି ଅପିନ୍ଦ୍ର ।

ତାଙ୍କ ଦ୍ୱାରା ନିର୍ମିତ ଏହି ପଟ୍ଟଚିତ୍ର ପୋପଙ୍କ ପାଖରେ ପହଞ୍ଚିବ ବୋଲି ଅପିନ୍ଦ୍ର କେବେବି ଭାବି ନଥିଲେ । ହେଲେ ଏହି ପଟ୍ଟଚିତ୍ରକୁ ପୋପଙ୍କୁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅପିନ୍ଦ୍ର ସ୍ୱାଇଁ । ରଘୁରାଜପୁରର ନାମ ଓ ଗାରିମାକୁ ବୃଦ୍ଧି କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ଅପିନ୍ଦ୍ର ଭୂୟସୀ ପ୍ରଶଂସା କରିଥିବା ବେଳେ ସରକାରଙ୍କ ଏଭଳି କାର୍ଯ୍ୟକୁ ନେଇ ଧନ୍ୟବାଦ ଜଣାଇଛନ୍ତି ।