ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ମୃତ ; ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

1 min read

ସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ । ଝାରସୁଗୁଡା ଜିଲ୍ଲା ଲଖନପୁର ବଡଧରା ଗାଁରୁ ସମସ୍ତେ ସମ୍ବଲପୁର ପରମାଣପୁରକୁ ବରଯାତ୍ରୀ ଆସିଥିଲେ ।

ବରଯାତ୍ରୀ କାର୍ଯ୍ୟ ସାରି ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତ ମୃତକ ଝାରସୁଗୁଡ଼ା ବଡ଼ଧରା ଗାଁର ବୋଲି ଜଣା ପଡିଛି। ସେମାନେ ହେଲେ ସୁମନ୍ତ ଭୋଇ, ସୁବଳ ଭୋଇ, ଅଜିତ ଖମାରୀ, ସରୋଜ ସେଠ୍, ରମାକାନ୍ତ ଭୟଁର ଓ ଦିବ୍ଯ ଲୁହା । ସେମାନେ ବିବାହ ଭୋଜିରେ ଯୋଗଦେବାକୁ ଝାରସୁଗୁଡ଼ାରୁ ଆସିଥିଲେ । ସେପଟେ ଦୁର୍ଘଟଣା ସମୟରେ ଗାଡିର କାଚ ଭାଂଗି ଗାଡି ଭିତରୁ ବାହାରିଥିବା ୪ ଜଣଙ୍କ ଚିକିତ୍ସା ସମ୍ବଲପୁର ମେଡିକାଲରେ ଚାଲିଛି । ଦୁର୍ଘଟଣାବେଳେ ବର୍ଷା ଲାଗି ରହିଥିଲା ବୋଲି ଜଣାପଡିଛି।

ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ । ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।