କୋରାପୁଟ ପାଇଁ ୧୬ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି, ମିଶନ ଶକ୍ତି ମାଆଙ୍କୁ ୫୦ କୋଟି ଟଙ୍କାର ଋଣ

ଜୟପୁର: କୋରାପୁଟ ବିକାଶର ନୂଆ ଅଧ୍ୟାୟ । ଭିତ୍ତିଭୂମି ବିକାଶ ଜରିଆରେ କୋରାପୁଟ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ହୋଇ କାମ କରୁଛନ୍ତି । ଗୁରୁପ୍ରିୟା ସେତୁ ସ୍ବାଭିମାନ ଅଞ୍ଚଳକୁ ବିକାଶ ସହ ଯୋଡ଼ିଛି । ଭିତ୍ତିଭୂମି ହିଁ ବିକାଶର ଆଧାର । ଆଜି କୋରାପୁଟ ଜିଲ୍ଲା ପାଇଁ ୧୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ୧୪୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହିସବୁ ପ୍ରକଳ୍ପ କୋରାପୁଟ ଜିଲ୍ଲାକୁ ଆଗକୁ ନେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ସାରା ଓଡ଼ିଶାର ମିଶନ ଶକ୍ତି ମାଆମାନେ ଭଲ କାମ କରି ସାରା ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ମା’ମାନଙ୍କୁ ଉଦ୍ୟୋଗୀ ଭାବେ ଦେଖିବାକୁ ଚାହାଁନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମାଆ ମାନଙ୍କୁ ୫୦ କୋଟି ଟଙ୍କାର ଋଣ ଦିଆଯାଇଛି । ମିଶନ ଶକ୍ତି ମାଆଙ୍କୁ ଆଗାମୀ ୫ ବର୍ଷରେ ୫୦ହଜାର କୋଟି ଟଙ୍କାର ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଆଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯାଉଛି ।