ITF ଉଦଯାପନୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, ବିଜୟୀ କୋରିଆ ଟିମକୁ ପ୍ରଦାନ କଲେ ଟ୍ରଫି

1 min read

ଭୁବନେଶ୍ୱର: ଉଦଯାପିତ ହେଲା କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ଆଇଟିଏଫ ଏସିଆ U-14ର ଡେଭଲପମେଣ୍ଟ ଚାମ୍ପିୟନସିପ ୨୦୨୩ ଫାଇନାଲ । ଏହି ଟୁର୍ଣ୍ଣାମେଣ୍ଟରେ କୋରିଆ ଟିମ୍‌ ବିଜେତା ଟ୍ରଫି ହାତେଇଛି । କଳିଙ୍ଗ ଷ୍ଟାଡିଅମ ପରିସରରେ ନବନିର୍ମିତ ଟେନିସ୍ ସେଣ୍ଟରରେ ଗତ ୪ ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଏସିଆର ୧୮ଟି ଦେଶର ୧୨ଟି ଶ୍ରେଷ୍ଠ ଟିମ୍ ସାମିଲ ହୋଇଥିଲେ । ୧୧ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ବାଳକ ଏକକ, ବାଳକ ଯୁଗଳ, ବାଳିକା ଏକକ, ବାଳିକା ଯୁଗଳ ବର୍ଗରେ ଖେଳାଯାଇଥିଲା । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଟିମକୁ ଟ୍ରଫି ପ୍ରଦାନ କରିଥିଲେ । ବିଜେତା ଟିମ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିଲେ ।