ପ୍ରେମିକାଙ୍କ ନାମରେ ପର୍ସନାଲ ଲୋନ୍ ନେଇ ଅଏସ କରୁଥିଲା ଠକ ପ୍ରେମିକ, ମିଳୁନି ଯୁବକର ସନ୍ଧାନ

କିଛି ଲୋକଙ୍କୁ ଆମେ ଅନ୍ଧ ଭଳି ବିଶ୍ବାସ କରିଥାଉ । ହେଲେ ଯେତେବେଳେ ସେହି ଲୋକଠୁ ଧୋକା ମିଳେ ବଞ୍ଚିବାର ଆଶା ସରିଗଲା ଭଳି ମନେ ହୁଏ । କେରଳର ମଲାପ୍ପରମ ଜିଲ୍ଲାର ଏକ ଘଟଣା ଯାହା କୌଣସି ଫିଲ୍ମ ସ୍କ୍ରିପ୍ଟଠାରୁ କମ୍ ନୁହେଁ। କେରଳରେ ରହୁଥିବା ଜଣେ ଯୁବକଙ୍କର ଥିଲା ୩୦ ପ୍ରେମିକା । ଏତେ ଚରୁରାତର ସହ ସେ ନିଜ ପ୍ରେମିକାମାନଙ୍କଠୁ ଟଙ୍କା ଲୁଟୁଥିଲା ଯେ ଅନେକ ଦିନ ଯାଏଁ କାହାକୁ ବି ଟିକେ ସନ୍ଦେହ  ହେଲାନି । କିନ୍ତୁ କଥା ରେ ଅଛି ସତ କେଭେ ଲୁଚିରହେନି । ଦିନେ ନା ଦିନେ ସତ ସାମ୍ନାକୁ ଆସିଥାଏ । କେରଳର ସେହି  ବ୍ୟକ୍ତିଙ୍କ ନାମ ହେଉଛି  ଅବଦୁଲ ଲଥିଫ୍ ଓରଫ ମୁମ୍ପାରା ମାନୁ ।

ଯୁବକ ଜଣକ ଜଣେ କି ଦୁଇ ଜଣଙ୍କଠୁ ନୁହେଁ ୩୦ ଜଣ ମହିଳାଙ୍କ ନାଁରେ ନେଇଛନ୍ତି ବ୍ୟକ୍ତିଗତ ଲୋନ୍ । ଆପଣଙ୍କୁ କହି ରଖୁଛୁ ଯେ ମାନୁ ନାମକ ଏହି ବ୍ୟକ୍ତି ରାଜନୀତିରେ ମଧ୍ୟ ବହୁତ ସକ୍ରିୟ ଥିଲା। ସେ ୩୦ ରୁ ଅଧିକ ମହିଳାଙ୍କ ନାମରେ ବ୍ୟାଙ୍କରୁ ବ୍ୟକ୍ତିଗତ ଋଣ ନେଇଥିଲେ ଏବଂ ଋଣ  ନେବା ପରେ, ସେ ପୁରା ଅଦୃଶ୍ୟ ହୋଇଯାଉଥିଲା ।  ଏପରି କରି ଧିରେ ଧିରେ ମହିଳା ମାନଙ୍କ  ସନ୍ଦେହ କୁ ଆସିଥିଲା ଯୁବକ ।

ମହିଳାମାନଙ୍କୁ ଯୁବକ ଜଣକ ଏତେ ଚମତ୍କାର କଥା ବୁଝାଉଥିଲା ଯେ ସମସ୍ତେ ତାକୁ ବିଶ୍ୱାସ କରିବାକୁ ଲାଗିଲେ। ସେ କହୁଥିଲା  ତୁମେ ମାନେ କେବଳ ଋଣ ଦିଅ, ମୁଁ ମ୍ୟୁନିସିପାଲ୍ କର୍ପୋରେସନ୍‌ରୁ ଟଙ୍କା ପାଇବା ମାତ୍ରେ ସବୁକିଛି ଦେଇଦେବି। ମହିଳାମାନେ ଯୁବକଙ୍କୁ ବିଶ୍ବାସ କରି ପଇସା ଦେଇଦେଉଥିଲେ କିନ୍ତୁ ଯୁବକ କେବଳ ପ୍ରତିଶ୍ରୁତି ଦେଇଥିଲା,  ହେଲେ ଟଙ୍କା ଦେବାର କୌଣସି ଉଦ୍ଦେଶ୍ୟ ନଥିଲା। ଠକାମିର ଶିକାର ହୋଇଥିବା ମହିଳାମାନେ କହିଥିଲେ ଯେ ସେ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ବ୍ୟାଙ୍କ ଋଣ ପରିଶୋଧ କରିବ। ସେ ଏହା ମଧ୍ୟ କହିଛନ୍ତି ଯେ ନଗର ନିଗମରୁ ଜୀବନ ଯୋଜନା ରାଶି ପାଇବା ପରେ, ସେ ସମ୍ପୂର୍ଣ୍ଣ ଋଣ ପରିଶୋଧ କରିଦେବ  ବୋଲି ଆମକୁ କଥା ଦେଇଥିଲା। କେରଳର ଜାନକୀ ସମିତି ଅଭିଯୋଗ କରିଛି ଯେ ଉକ୍ତ ଯୁବକ ଜଣକ  ପେରିନ୍ଥଲମନ୍ନାର କୁନ୍ନପାଲି କୋଲ୍ଲାକୋଡେ ମୁକର ୨୨ ନଂ ୱାର୍ଡର 30 ରୁ ଅଧିକ ମହିଳାଙ୍କ ନାମରେ ବ୍ୟକ୍ତିଗତ ଋଣ ନେବା ପରେ ଫେରାର୍ ହୋଇଯାଇଛନ୍ତି।ଏକ ସାମ୍ବାଦିକ ସମ୍ମିଳନୀରେ ଜାନକୀ ସମିତିର ସଭାପତି ରାଧା କୃଷ୍ଣନ୍, ସାଧାରଣ ସଂଯୋଜକ ପି.ଭି. ଉପସ୍ଥିତ ଥିଲେ। ଏବେ ଦେଖିବା  ବାକି ରହିଲା ଯେ ପୋଲିସ ଅଭିଯୁକ୍ତ ମାନୁକୁ ଖୋଜିବା ପାଇଁ କେତେ ସମୟ ନେବ ଆଉ କେବେ ସେ ଗିରଫ ହେବ ।