ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୧୭ ହଜାର କୋଟି ଟଙ୍କାର ଜିଏସଟି ବକେୟା ଦେଲା କେନ୍ଦ୍ର

1 min read

ନୂଆଦିଲ୍ଲୀ: ୧୭ ହଜାର କୋଟି ଟଙ୍କାର ଜିଏସଟି ବକେୟା ଅର୍ଥ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପଇଠ କଲେ କେନ୍ଦ୍ର ସରକାର । ଏହି ଅର୍ଥ ଏପ୍ରିଲରୁ ଜୁନ୍‌ ମାସ ପର୍ଯ୍ୟନ୍ତ ବକେୟା ପଇଠ କରାଯାଇଛି । ଏହାକୁ ମିଶାଇ ୨୦୨୨-୨୩ ଆର୍ଥିକ ବର୍ଷରେ ୧ ଲକ୍ଷ ୧୫ ହଜାର ୬୬୨ କୋଟି ଟଙ୍କାର ଜିଏସଟି ଅର୍ଥ ପଇଠ କରାସରିଛି ।

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପ୍ରଚଳନରେ ଯେମିତି କୌଣସି ଅସୁବିଧା ନହୁଏ ସେଥିପାଇଁ ଅର୍ଥ ପଇଠ କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଏଥିସହ ଗତ ଅକ୍ଟୋବର ପର୍ଯ୍ୟନ୍ତ କେନ୍ଦ୍ର ସରକାର ସେସ୍‌ ବାବଦରେ ୭୨ ହଜାର ୧୪୭ କୋଟି ଟଙ୍କା ସଂଗ୍ରହ କରିଥିଲେ । ଏଥିରୁ ୪୩ ହଜାର ୫୧୫ କୋଟି କୋଟି ଟଙ୍କା ରାଜ୍ୟ ମାନଙ୍କୁ ଦିଆଯାଇଛି ।

ପୂର୍ବରୁ ଫେବ୍ରୁଆରୀରୁ ମେ ପର୍ଯ୍ୟନ୍ତ ଜିଏସଟି ବାବଦରେ କେନ୍ଦ୍ର ସରକାର ୮୬ ହଜାର ୯୧୨ କୋଟି ଟଙ୍କା ପଇଠ କରିଥିଲେ । ଗତ ଅକ୍ଟୋବରରେ ୧ ଲକ୍ଷ ୫୨ ହଜାର କୋଟି ଟଙ୍କାର ଜିଏସଟି ଆଦାୟ କରିଛନ୍ତି କେନ୍ଦ୍ର ସରକାର । ଯାହା ଜିଏସଟି ଲାଗୁ ହେବା ପରଠାରୁ ଦ୍ବିତୀୟ ସର୍ବାଧିକ ବୋଲି କୁହାଯାଉଛି । ଏପ୍ରିଲରେ ଏକ ଲକ୍ଷ ୬୮ ହଜାର କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ସେପ୍ଟେମ୍ବରରେ ଏକ ଲକ୍ଷ ୪୮ ହଜାର କୋଟି ଟଙ୍କା ଆଦାୟ କରାଯାଇଥିଲା