ସେଲିବ୍ରେଟି ବଳଦ, ପବନ ପରି ଦ୍ରୁତଗତିରେ ଧାଇଁ ପାଇଛି ଅନେକ ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: ଆପଣ କେବେ ଭାବିଛନ୍ତି ଯେ ଏକ ବଳଦ ମଧ୍ୟ ଷ୍ଟାର ହୋଇପାରିବ? ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ବଳଦର କାହାଣୀ କହିବୁ ଯିଏ କେବଳ କର୍ଣ୍ଣାଟକରେ ନୁହେଁ ବରଂ ମହାରାଷ୍ଟ୍ରରେ ମଧ୍ୟ ହଇଚଇ ସୃଷ୍ଟି କରିଛି। ବେଲଗାମ ଜିଲ୍ଲାର ଏକ ଛୋଟ ଗାଁ ସିରୁରର ଏହି ଷଣ୍ଢଟି ଆଜି କୌଣସି ସେଲିବ୍ରିଟିଠାରୁ କମ୍ ନୁହେଁ। ସୋସିଆଲ ମିଡିଆରେ ବଳଦର ବହୁତ ଫଲୋଅର୍ସ ଅଛନ୍ତି ଏବଂ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଏହି ବଳଦ ଏପର୍ୟ୍ୟନ୍ତ ୧୦୫ଟି ଦୌଡ଼ ରେସ୍ ଜିତି ନିଜ ମାଲିକଙ୍କ ଜୀବନକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି।
ବଳଦଟିର ମାଳିକ ହେଉଛନ୍ତି ବାଲୁ ହଜାରେ, ଯିଏ ଏହି ବଳଦଟିକୁ ମାତ୍ର ୬.୫ ଲକ୍ଷ ଟଙ୍କାରେ କିଣିଥିଲେ। ମାଲିକ ଜଣଙ୍କ କହିଛନ୍ତି ଯେ ସେ ଜାଣି ନ ଥିଲେ ଯେ ଏହି ବଳଦଟି ତାଙ୍କ ଜୀବନ ବଦଳାଇଦେବ ।ଯେତେବେଳେ ଏହି ବଳଦଟି ରେସ୍ ଟ୍ରାକରେ ତାର ଗତି ଦେଖାଇଲା, ସମସ୍ତେ ଆଶ୍ଚର୍ୟ୍ୟ ହୋଇଗଲେ। ଆକାଶରେ ଉଡ଼ୁଥିବା ହେଲିକପ୍ଟର ପରି ଥିଲା ବଳଦଟିର ଦ୍ରୁତ ଦୌଡ଼।ବଳଦଟି ଜିତିଥିବା ପୁରସ୍କାର ତାଲିକା ରହିଛି ଖୁବ୍ ଲମ୍ବା । ମହାରାଷ୍ଟ୍ରର ସିଏମଙ୍କ ଠାରୁ ମଧ୍ୟ ପୁରସ୍କୃତ ହୋଇଛି ଏହି ବଳଦ ।ବଳଦଟି ନିଜ ମାଲିକଙ୍କର ଭାଗ୍ୟ ବଦଳାଇଦେଇଛି ।ଯେତେବେଳେ ଏହି ବଳଦଟି ଦୌଡ଼ ପାଇଁ ଆଖଡ଼ାକୁ ପ୍ରବେଶ କରେ, ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିବା ପାଇଁ ଦୂର ଦୂରାନ୍ତରରୁ ଆସନ୍ତି ଏବଂ ଏହାର ଟିକେଟ ରାଶି ଏପରି ଯାହା କେହି କଳ୍ପନା ମଧ୍ୟ କରିପାରିବେ ନାହିଁ – ୧ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ରହିଛି ବଳଦକୁ ଦେଖିବାର ଟିକେଟ।