ହମାସ-ଇସ୍ରାଏଲ ସେନା ମଧ୍ୟରେ ଯୁଦ୍ଧ ବିରତି ଆଉ ଦୁଇ ଦିନ ବୃଦ୍ଧି

1 min read

ନନ୍ଦିଘୋଷ ବ୍ୟୁରୋ : ହମାସ-ଇସ୍ରାଏଲ ସେନା ମଧ୍ୟରେ ଯୁଦ୍ଧ ବିରତି ଆଉ ଦୁଇ ଦିନ ବୃଦ୍ଧି । ଯୁଦ୍ଧ ବିମାନ ଆଉ ୨ ଦିନ ବୃଦ୍ଧି ପରେ ଆଜି ଯୁଦ୍ଧ ବିରତିର ଶେଷ ଦିନ । ଗତକାଲି ଯୁଦ୍ଧ ବିରତିର ପଞ୍ଚମ ଦିନରେ ୧୨ ପଣବନ୍ଦୀଙ୍କୁ ଛାଡିଲେ ହମାସ ଆତଙ୍କୀ । ପ୍ରତି ବଦଳରେ ଇସ୍ରାଏଲ ପାଲେଷ୍ଟାଇନର ୩୦ ବନ୍ଦୀଙ୍କୁ ମୁକ୍ତ କରିଛି। ଇସ୍ରାଏଲ ଜେଲରୁ ମୁକ୍ତି ପାଇଥିବା ବନ୍ଦୀଙ୍କ ମଧ୍ୟରେ ୧୫ ମହିଳା ଏବଂ ୧୫ ନାବାଳିକ ଅଛନ୍ତି । ପୂର୍ବରୁ ହୋଇଥିବା ଯୁଦ୍ଧବିରତି ସୋମବାର ଶେଷ ହେଉଥିଲା । ତେବେ ଇଜିପ୍ଟ, କତର ଏବଂ ଆମେରିକାର ପ୍ରୟାସରୁ ଯୁଦ୍ଧ ବିରାମକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି । ଯୁଦ୍ଧ ବିରତି ବୃଦ୍ଧି କରିବା ପରେ ବନ୍ଦୀମାନଙ୍କ ମୁକ୍ତି ଜାରି ରହିଛି। ହମାସ ମୁକ୍ତ କରିଥିବା ନାଗରିକଙ୍କ ମଧ୍ୟରେ ୨ ଜଣ ବିଦେଶୀ ନାଗରିକ ମଧ୍ୟ ଅଛନ୍ତି । ହମାସ ମୁକ୍ତ କରିଥିବା ପଣବନ୍ଦୀଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ଏବଂ ସେମାନଙ୍କ ପରିବାର ଲୋକ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ହମାସ ଆତଙ୍କୀ ୬୦ ପଣବନ୍ଦୀଙ୍କୁ ମୁକ୍ତ କରିସାରିଲେଣି ।Gazze'deki ateşkeste son durum: 5. esir takası tamamlandı

ହମାସ ଆତଙ୍କୀଙ୍କୁ ମୂଳପୋଛ କରିବାକୁ ବାରମ୍ବାର କହି ଆସୁଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ହମାସ ପାଖରେ ଥିବା ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବା ସହ ଆତଙ୍କୀଙ୍କୁ ନିପାତ କରିବାକୁ ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନେତନ୍ୟାହୁ । ସୋସିଆଲ ମିଡିଆ ଏକ୍ସରେ ମେସେଜ୍ ଦେଇ ନେତନ୍ୟାହୁ କହିଛନ୍ତି ଯେ, ହମାସ ପାଖରେ ଥିବା ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବା ସହ ମିଶନ ଜାରି ରଖିବୁ । ମାଟି ଉପରେ ଏବଂ ତଳେ ହମାସ ଆତଙ୍କୀଙ୍କ ସଫା କରିବା ସହ ଇସ୍ରାଏଲ ନାଗରିକଙ୍କ ଲାଗି ଗାଜା ଆଗକୁ ଆଉ ବିପଦ ସାଜିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।