ବସ୍ ଷ୍ଟାଣ୍ଡରୁ ଚୋରି ହୋଇଗଲା ବସ୍

ପୁରୀ: ବସଷ୍ଟାଣ୍ଡରୁ ବସ୍ ଚୋରି । ପୁରୀ ଗୋପ ରାସ୍ତାର ଛଇତନା ନିକଟରୁ ଉଦ୍ଧାର ହେଲା ବସ୍ । ପୁରୀ ବସଷ୍ଟାଣ୍ଡରୁ ଏକ ଘରୋଇ ବସ୍ ଚୋର ହୋଇଯାଇଥିଲା । କଟକର ଜଣେ ବସ ମାଲିକଙ୍କ ବସ୍ ଚୋରି ହୋଇଥିବା କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିବା ପରେ ବସଟି ପୁରୀ ଗୋପ ରାସ୍ତାର ଛଇତନା ନିକଟରୁ ମିଳିଛି । ଗାଡ଼ିର ଅନେକ ଯନ୍ତ୍ରାଂଶ ଓ ତେଲ ଟାଙ୍କିରୁ ସମସ୍ତ ତେଲ ଚୋରି ହୋଇଛି । ଏନେଇ ଥାନାରେ ବସ କଣ୍ଡକ୍ଟର ଛବୀନ୍ଦ୍ର ବେହେରା ଅଭିଯୋଗ କରିଛନ୍ତି ।