ବସକୁ ପଛପଟୁ ଧକ୍କାଦେଲା ଟ୍ରକ୍, ଓଲଟିପଡ଼ିଲା ବସ୍

ବାଲେଶ୍ବର: ବସକୁ ପଛପଟୁ ଧକ୍କାଦେଲା ଟ୍ରକ୍ । ଭାରସାମ୍ୟ ହରାଇ ଓଲଟିପଡ଼ିଲା ବସ୍ । ଅଳ୍ପକେ ବର୍ତ୍ତିଲେ ୪୦ରୁ ଅଧିକ ଯାତ୍ରୀ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଶାନ୍ତିଆ ବାଇପାସ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ବସଟି ଭୁବନେଶ୍ବରରୁ କୋଲିକାତା ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।