ପ୍ରବାସୀ ଶ୍ରମିକଙ୍କ ଦୁଃଖ: ଘରେ ପହଞ୍ଚାଇବାକୁ ବସ୍ ନେଇଥିଲା ସାଢେ ୩ଲକ୍ଷ କିନ୍ତୁ ଅଧରାସ୍ତାରେ ଓହ୍ଲାଇଦେଲା

1 min read

କନ୍ଧମାଳ: ପୁଣି ସାମ୍ନାକୁ ଆସିଲା ପ୍ରବାସୀ ଓଡ଼ିଆଙ୍କ ଦୁଃଖ । ଲକଡାଉନ ପାଇଁ କାମ ନପାଇ ଘର ମୁହାଁ ହେଉଛନ୍ତି ପ୍ରବାସୀ ଶ୍ରମିକ ଏଭଳି ପରିସ୍ଥିତିରେ ସେମାନଙ୍କ ଦୁଃଖ କହିଲେ ନ ସରେ । ଘରକୁ ଫେରିବାକୁ ବାହାରୁଥିଲେ ବି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ହୋଇପଡ଼ୁଛି କଷ୍ଟକର ।  ପାହଞ୍ଚିବାର ସାହାରା ପାଲଟୁ ଥିବା ବସ, ଟ୍ରକ ସବୁ ରାସ୍ତା ମଝିରେ ଧୋକା ଦେଉଛନ୍ତି । ଏମିତି ଏକ ଦୁଃଖଦ କାହାଣୀ କନ୍ଧମାଳରେ ସାମ୍ନାକୁ ଆସିଛି ।  ତାମିଲନାଡ଼ୁରୁ ଫେରୁଥିବା ପ୍ରବାସୀଙ୍କ ଓଡ଼ିଆ ଶ୍ରମିକ ହୋଇଛନ୍ତି ଠକେଇର ଶିକାର । ସେମାନଙ୍କୁ ନେଇକରି ଆସୁଥିବା ବସ ପୁରା ଟଙ୍କା ନେଇଥିଲା କିନ୍ତୁ ଅଧାରାସ୍ତାରେ ଶ୍ରମିକଙ୍କୁ ତାଙ୍କ ଭାଗ୍ୟ ଭରସାରେ ଛାଡି ଚାଲିଯାଇଥିଲେ ବସ ଡ୍ରାଇଭର ।

୩ ଲକ୍ଷ ୫୦ ହଜାର ଟଙ୍କାରେ ପାଞ୍ଚୋଟି ବସ୍ ଭଡ଼ା କରି ତାମିଲନାଡ଼ୁରୁ ୫୦ଜଣ ପ୍ରବାସୀ ଓଡ଼ିଆ ନିଜ ଭିଟାମାଟି କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ଅଭିମୁଖେ ବାହାରିଥିଲେ । ହେଲେ ଗାଁ ପହଁଚିବା ପୂର୍ବରୁ ଅଧାବାଟରେ ବସରୁ ପ୍ରବାସୀଙ୍କୁ ଓହ୍ଲାଇ ବସ୍ ପଳେଇଥିବା ଅଭିଯୋଗ କରିଛନ୍ତି ପ୍ରବାସୀ ।

କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ବଣ୍ଡାପିପିଲି ନିକଟରେ ପ୍ରବାସୀଙ୍କୁ ବସରୁ ଓହ୍ଲାଇ ବସ୍ ଫେରିଯାଇଥିବା ବେଳେ ଉପାୟ ନପାଇ ସମସ୍ତ ପ୍ରବାସୀ ବାଧ୍ୟହୋଇ ସେଠାରୁ ଚାଲିଚାଲି ଗାଁ ଅଭିମୁଖେ ବାହାରିଥିଲେ । ଖବରପାଇ କୋଟଗଡ଼ ଥାନା ଅଧିକାରୀ ହରମୋହନ ନାୟକ ଘଟଣାସ୍ଥଳରେ ପହଁଚି ପ୍ରବାସୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇଦେବା ସହ ଲାସେରି ସ୍କୁଲରେ ବର୍ତ୍ତମାନ ରଖିଛନ୍ତି । ପ୍ରବାସୀଙ୍କ ଖାଇବା ପିଇବା ବୁଝିବା ସହ ସେମାନଙ୍କୁ ନିଜ ଗାଁ କୁ ପଠାଇବାର ବନ୍ଦୋବସ୍ତ କରାଯାଉଛି ବୋଲି କହିଛନ୍ତି ଥାନା ଅଧିକାରୀ l

Leave a Reply

ନଜର ପକାନ୍ତୁ