୧୬ ଲକ୍ଷ ଟଙ୍କାର ଟିକସ ଫାଙ୍କୁଥିଲେ ବସ୍ ମାଲିକ, ଧରିଲା ପରିବହନ ବିଭାଗ
ବାଲେଶ୍ୱର: ବାଲେଶ୍ୱରରେ ଜବତ ହେଲା ଲୋକନାଥ ବସ୍ । ୧୬ ଲକ୍ଷ ଟଙ୍କା ଟିକସ ବାକି ଅଭିଯୋଗରେ ବସ୍କୁ ଜବତ କରିଛି ପରିବହନ ବିଭାଗ । ବସ୍ ମାଲିକଙ୍କ ନାମରେ ଥିବା ଅନ୍ୟ ଦୁଇଟି ବସ୍ ବାବଦକୁ ମୋଟ ୧୩ଲକ୍ଷ ୫୦ହଜାର ଟଙ୍କା ବାକି ରହିଛି ।
ବକେୟା ଟଙ୍କା ପୈଠ କରୁନଥିବାରୁ ଲୋକନାଥ ବସ୍କୁ ଜବତ କରାଯାଇଛି । ଟ୍ରାନ୍ସଫୋର୍ଟ କମିଶନରଙ୍କ ନିର୍ଦ୍ଦେଶରେ ଜବତ କଲା ଆରଟିଓ । ବଲାଙ୍ଗୀରରୁ ବାଲେଶ୍ୱରକୁ ଫେରୁଥିବାବେଳେ ବସ୍କୁ ଜବତ କରାଯାଇଛି ।…