ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା: ୩ ମୃତ, ୨ ଗୁରୁତର; ପ୍ରବାସୀଙ୍କ ବସ୍ ମଧ୍ୟ ଦୁର୍ଘଟଣାଗ୍ରସ୍ତ
1 min readକଟକ: ଟାଙ୍ଗୀ ବନ୍ଦାଳଠାରେ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ । ତାମିଲନାଡ଼ୁରୁ ଭଦ୍ରକ ଆସୁଥିବାବେଳେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । 8 ଜଣ ପ୍ରବାସୀ ଓଡ଼ିଆ ଆହତ ହୋଇଥିବାବେଳେ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି । ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ଆଜି ଭୋରରୁ ଦୁର୍ଘଟଣା ହୋଇଛି । ବନ୍ଦାଳଠାରେ ଟ୍ରକକୁ ଧକ୍କା ଦେବାରୁ ଏହି ଅଘଟଣ ଘଟିଛି । ସମସ୍ତ ପ୍ରବାସୀ ଭଦ୍ରକ ଚାନ୍ଦବାଲି ବ୍ଲକ ମାଧପୁର ବଡ଼ସିଂହାରପୁର ଗାଁର ବୋଲି ଜଣାପଡିଛି । ବସ୍ରେ ମୋଟ ୧୭ ଜଣ ପ୍ରବାସୀ ଆସୁଥିଲେ ।
ସୋର: ବସ୍କୁ ଧକ୍କା ଦେଲା ଟ୍ରକ୍ । ଖନ୍ତାପଡ଼ା ଥାନା ଉଳିଆପାଟଣା ନିକଟରେ ଚକା ଫାଟି ଯିବାରୁ ରାସ୍ତାରେ ଛିଡ଼ା ହୋଇଥିବା ବସ୍କୁ ପଛପଟୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ଜଣେ ପ୍ରବାସୀଙ୍କର ମୃତ୍ୟୁ ହୋଇଛି । ସେହିପରି ପଣପଣା ବଜାର ନିକଟରେ ବସ୍- ଟ୍ରକ୍ ମୁହାଁମୁହିଁ ।
ଦୁର୍ଘଟଣାରେ ଚାପି ହୋଇ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । କଲିକତାରୁ ଫେରୁଥିବା ବେଳେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ଟି ପ୍ରବାସୀଙ୍କୁ କୋଲକାତାରେ ଛାଡ଼ି ଭୁବନେଶ୍ୱରକୁ ଫେରୁଥିଲା । ଘଟଣାସ୍ଥଳରେ ଖଣ୍ତାପଡା ପୋଲିସ ପହଁଛି ମୃତଦେହକୁ ଉଦ୍ଧାର କରିଛନ୍ତି ।
ଅନୁଗୁଳ: ପ୍ରବାସୀ ଓଡ଼ିଆଙ୍କୁ ନେଇ ମହାରାଷ୍ଟ୍ରରୁ ଆସୁଥିବା ବସ ଲୁହାମୁଣ୍ଡା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ୫୫ ନମ୍ୱର ଜାତୀୟ ରାଜପଥରେ ଗ୍ୟାସ ଵୋଝେଇ ଏକ ଟ୍ୟାଙ୍କର ସହ ଧକ୍କା ହୋଇଛି । ଦୁର୍ଘଟଣାରେ ଟ୍ୟାଙ୍କର ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ବସରେ ଥିବା ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।
ବସ ଟି ୨୪ ଜଣ ଯାତ୍ରୀଙ୍କୁ ନେଇ ମହାରାଷ୍ଟ୍ର ରୁ କଲିକତା ଯାଉଥିଲା । ଟ୍ୟାଙ୍କର ଟି ପାରାଦୀପ ରୁ ରାୟପୁର ଯାଉଥିବା ଜଣା ପଡ଼ିଛି । ପୋଲିସ ଓ ପ୍ରଶାସନ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଛି ।