ସାହାରା ହେଲା BSKY, ବଞ୍ଚିଗଲା କୁନି ଝିଅର ଜୀବନ

ରାଉରକେଲା: କୁନି ଝିଅର ଜୀବନ ବଞ୍ଚାଇଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର । ରାଉରକେଲା ବାସିନ୍ଦା ତ୍ରିନାଥ ଓରାମଙ୍କ ୩ ବର୍ଷର ଝିଅ ଜାହ୍ନବୀ ପିଲାଟି ବେଳୁ ବିରଳ ରୋଗରେ ପୀଡିତ ଥିଲେ । ବାରମ୍ବାର ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ଏହି ରୋଗର ଚିକତ୍ସା ପାଇଁ ବାପା ଓ ମା’ ଝିଅକୁ ସେପ୍ଟେମ୍ବର ମାସରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଆଣିଥିଲେ । ହେଲେ ଝିଅର ଚିକତ୍ସା ପାଇଁ ଅର୍ଥ ଯୋଗାଡ କରିପାରିନଥିଲେ ପରିବାର । ଫଳରେ ସହାୟତା ପାଇଁ ଓଡ଼ିଶା ମୋ ପରିବାରକୁ ନିବେଦନ କରିଥିଲେ ବାପା ଓ ମା’ । ଏହାର ସୂଚନା ପାଇବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ବ୍ୟବସ୍ଥା କରାଇଥିଲା ଓଡ଼ିଶା ମୋ ପରିବାର ସଙ୍ଗଠନ । ଦୀର୍ଘ ୫ ମାସର ଚିକତ୍ସା ପରେ ଜାହ୍ନବୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଆସିବାରୁ ତାଙ୍କୁ ଗତକାଲି ମେଡିକାଲରୁ ଡିସଚାର୍ଜ କରାଯାଇଛି । ଏପରିକି ଜାହ୍ନବୀ ରାଉରକେଲା ଫେରିବା ପାଇଁ ମଧ୍ୟ ମୋ ପରିବାର ସଙ୍ଗଠନ ବ୍ୟବସ୍ଥା କରିଥିଲା ।

Leave a Reply