ସରକାରୀ କ୍ୱାର୍ଟର କ୍ୟାମ୍ପସରେ ଚାଲିଥିଲା ବ୍ରାଉନସୁଗର ଡିଲ୍, କମିଶନରେଟ ପୋଲିସ ସହାୟତରେ ଧରିଲା STF

1 min read

ଭୁବନେଶ୍ୱର: ରାଜ୍ୟରେ ନିଶା ବେପାର ବିରୋଧରେ ଜାରି ରହିଛି ସ୍ପେଶାଲ ଡ୍ରାଇଭ । ରାଜଧାନୀ ଛାତି ଉପରେ ଚାଲିଥିଲା ଧଳାଜହର କାରବାରର ଡିଲ୍ । ସରକାରୀ କ୍ବାଟର୍ସ କ୍ୟାମ୍ପସରେ ଚାଲିଥିଲା ବ୍ରାଉନସୁଗର ଡିଲ୍‌ । କମିଶନରେଟ ପୋଲିସ ସହାୟତରେ ଧରିଲା STF । ୧୧୦୭ ଗ୍ରାମ ବ୍ରାଉନସୁଗର ଜବତ କଲା STF । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୧୦ ଲକ୍ଷରୁ ଅଧିକ ହେବ । ବେପାରୀ ଚିତ୍ତରଞ୍ଜନ ସାହୁକୁ ଡିଲ୍ ବେଳେ ଗିରଫ କଲା STF । ଚିତ୍ତରଞ୍ଜନର ଘର ଢେଙ୍କାନାଳ, ଭୁବନେଶ୍ୱରରେ ଚଳାଇଥିଲା ଧଳାଜହର କାରବାର । ଖବର ପାଇ ଚଢ଼ାଉ କଲା STF । NDPS ACT ୧୯୮୫ରେ କୋର୍ଟ ଚାଲାଣ କରାଯାଇଛି । ନିଶା ବେପାର ବିରୋଧରେ ଜାରି ରହିଛି ସ୍ପେଶାଲ ଡ୍ରାଇଭ । ୨୦୨୦ରୁ ଆଜି ମଧ୍ୟରେ ୬୯ କେଜି ବ୍ରାଉନସୁଗର ଜବତ କରିଛି STF । ସେହିପରି ୨୦୨ ଗ୍ରାମ କୋକେନ୍, ୧୧୩ କୁଇଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହୋଇଛି ।