ପୋଖରୀରୁ ଉଦ୍ଧାର ହେଲା ହାତଗୋଡ଼ ବନ୍ଧା ମୃତଦେହ

ଢ଼େଙ୍କାନାଳ: ଢେଙ୍କାନାଳ ପଥର ଖଣି ପୋଖରୀରୁ ହାତଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର। ମୃତଦେହ ଉଦ୍ଧାର କଲେ ହିନ୍ଦୋଳ ଅଗ୍ନିଶମ ବାହିନୀ ଓ ଅନୁଗୁଳ ପୋଲିସ। ଯୁବକଙ୍କ ନାଁ ବିକାଶ ବେହେରା। ୨୪ ବର୍ଷୀୟ ବିକାଶଙ୍କ ଘର ଅନୁଗୁଳ ଜିଲ୍ଲା କୋରଡ଼ା ଗ୍ରାମରେ। କିଛିଦିନ ହେବ ସେ ନିଖୋଜ ଥିଲେ । ମୋଟଙ୍ଗା ଥାନା ଅନ୍ତର୍ଗତ ବଦାଲୋ ଗ୍ରାମ ପଞ୍ଚାୟତ ନରହରିପୁର ଗ୍ରାମ ନିକଟ ଏକ ପଥର ଖଣିରୁ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଥିବାବେଳେ ମୋଟଙ୍ଗା ପୋଲିସ ଓ ଅନୁଗୁଳ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।