spot_img

Latest Posts

ନିଖୋଜ ନାବାଳିକାର ମୃତଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ରାୟଗଡା: ରାୟଗଡା ମୁନିଗୁଡା ଥାନା ବାଇନିବସା ନର୍ସରି ନିକଟରୁ ନାବାଳିକାଙ୍କ ମୃତଦେହ ମିଳିଛି । ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ବାଇନିବସା ଗାଁର ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀ ଗତ ୧୨ଦିନ ହେବ ନିଖୋଜ ଥିଲେ। ପରିବାର ବହୁ ଖୋଜାଖୋଜି ପରେ ବି କୌଣସି ପତ୍ତା ମିଳିନଥିଲା।  ମୁନିଗୁଡା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ ପରିବାର।  ଗାଁ ନିକଟ ଜଙ୍ଗଲରେ ଏକ ମୃତଦେହ ପଡିଥିବା ଦେଖିଥିଲେ ସ୍ଥାନୀୟ ଲୋକେ। ନାବାଳିକାଙ୍କ ପରିବାରକୁ ଖବର ଦିଆଯାଇଥିଲା।  ଖବରପାଇ ପରିବାର ଲୋକେ ମୃତଦେହର ପୋଷାକ ଦେଖି ନିଜ ଝିଅ ବୋଲି ଜାଣିପାରିଥିଲେ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ କରୁଛି। ନାବାଳିକାଙ୍କୁ କେହି ଘରୁ ଉଠାଇଆଣି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।


 

Latest Posts

Don't Miss