ସାହା ହେଲା ଓଡ଼ିଶା ମୋ ପରିବାର, ଘରକୁ ଫେରିଲା ଶିଶୁର ମୃତଦେହ

ଭୁବନେଶ୍ବର: ଓଡ଼ିଶା ମୋ ପରିବାରର ସହାୟତା । ଘରକୁ ଫେରିଲା ଦୁଇ ବର୍ଷ ଶିଶୁର ମୃତ ଶରୀର। ବାପା ମା’ ଦୁହିଁଙ୍କର ଅସହାୟତାକୁ ଦେଖି ସହାୟତାର ହାତ ବଢ଼ାଇଲା ଓଡ଼ିଶା ମୋ ପରିବାର ।

ବଲାଙ୍ଗିର ପାଟଣାଗଡ଼ର ଗୋପାଳ ଭୁଏଙ୍କର ଦୁଇ ବର୍ଷର ପୁଅ ରୋଷନ ଭୁଏ ଲିଭର ଟ୍ୟୁମରରେ ପୀଡ଼ିତ ହୋଇ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଚିକିତ୍ସା ଚାଲିଥିଲା । ଦୁର୍ଭାଗ୍ୟବଶତଃ, ଗତ ସେପ୍ଟେମ୍ବର ୧୯ରେ ରୋଷନ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ ।

ବାପା ଓ ମା’ ଦୁହେଁ ପୁଅକୁ ହରାଇ ମାନସିକ ସ୍ତରରେ ପୁରା ଭାଙ୍ଗି ପଡ଼ିଥିଲେ ଏବଂ ପୁଅର ମୃତ ଶରୀର ନିଜ ଗ୍ରାମକୁ ନେବା ପାଇଁ ଅସମର୍ଥ ଥିଲେ । ଶେଷରେ ଅସହାୟ ହୋଇ ସେମାନେ ଓଡ଼ିଶା ମୋ ପରିବାର, ଜୀବନବିନ୍ଦୁ କଟକ ସିଟି ସଂଯୋଜକ ଡଃ ରଞ୍ଜନ ବିଶ୍ଵାଳଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ ।

ସଙ୍ଗେ ସଙ୍ଗେ ଓଡ଼ିଶା ମୋ ପରିବାର ଟିମ୍ ପହଞ୍ଚି କୁନିପୁଅର ମୃତଶରୀର ବଲାଙ୍ଗିରସ୍ଥିତ ତାଙ୍କ ଗାଁକୁ ସ୍ଥାନାନ୍ତର କରିବା ପାଇଁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ । ମୃତଦେହ ପାଟଣାଗଡ଼ ସ୍ଥାନାନ୍ତର ହେବା ପରେ ବଲାଙ୍ଗିର ଜିଲ୍ଲା ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ସଂଯୋଜକ ଓ ସଭାପତି ପରିବାର ସଦସ୍ୟଙ୍କ ସହିତ ଉପସ୍ଥିତ ରହି ଶେଷକୃତ୍ୟ ସମ୍ପନ୍ନରେ ସାହାଯ୍ୟ କରିଥିଲେ ।