ଅପରାହ୍ନରେ ଓଡ଼ିଶା ଆସିବ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତଙ୍କ ମୃତଦେହ

ବାଲେଶ୍ବର: ଜାମ୍ମୁ ଓ କାଶ୍ମୀରରେ ହୋଇଥିବା ଆତଙ୍କୀ ହମଲାରେ ପ୍ରାଣ ହରାଇଛନ୍ତି ବାଲେଶ୍ବରର ପ୍ରଶାନ୍ତ ଶତପଥୀ। ପ୍ରଶାନ୍ତ ସାରଗାଁ ଇସାଣୀର ବାସିନ୍ଦା। ଦୁଇ ଦିନ ତଳେ ପତ୍ନୀ ଓ ପୁଅ ସହ ପହଲଗାମ ଯାଇଥିଲେ ପ୍ରଶାନ୍ତ। ପ୍ରଶାନ୍ତଙ୍କ ମୃତଦେହର ବ୍ୟବଚ୍ଛେଦ ହୋଇଛି। ଅପରାହ୍ଣରେ କାଶ୍ମୀରରୁ ମରଶରୀରକୁ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ଅଣାଯିବ ବୋଲି ସୂଚନା ମିଳିଛି । ପ୍ରଶାନ୍ତଙ୍କ ମୃତ୍ୟୁ ଘଟଣା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଗତକାଲିର ଆତଙ୍କୀ ହମଲା ପରେ ଜାରି ରହିଛି ବ୍ୟାପକ ସର୍ଚ୍ଚ ଅପରେସନ। ସଇତାନଙ୍କ ବୀଭତ୍ସ କାଣ୍ଡରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନୌସେନା ଅଧିକାରୀ ଓ ଜଣେ ଗୁଇନ୍ଦା ଅଧିକାରୀ ଅଛନ୍ତି। ନିରାପତ୍ତା ବାହିନୀଙ୍କ ଗୁଳିରେ ୨ ଆତଙ୍କୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ସେପଟେ ଆଜି ପହଲଗାଓଁକୁ ଏକ ଏନଆଇଟି ଟିମ ଯିବ। ହତ୍ୟା ପ୍ରତିବାଦରେ ରାଜୌରୀରେ ପାଳିତ ହୋଇଛି ବନ୍ଦ।