ମାତୃ ଦିବସରେ ମାଆକୁ ମିଳିଲାନି ଚାରିକାନ୍ଧ, ୧୨ଘଣ୍ଟାରୁ ଅଧିକ ସମୟ ହେଲା ପଡ଼ିରହିଛି ମୃତଦେହ

ବୌଦ୍ଧ: ଆଜି ସାରା ଦୁନିଆ ପାଳୁଛି ମାତୃ ଦିବସ । ସମସ୍ତେ ମାଆର ତ୍ୟାଗକୁ ମନେ ପକାଉଛନ୍ତି । ହେଲେ ବୌଦ୍ଧ ଜିଲ୍ଲାରୁ ଆସିଛି ଏମିତି ଏକ ଖବର, ଯାହା କି ହୃଦୟ ବିଦାରକ । ମାତୃ ଦିବସରେ ମାଆକୁ ମିଳିଲାନି ଚାରିକାନ୍ଧ । ଏହି ଘଟଣା ବୌଦ୍ଧ ଜିଲ୍ଲା ବଲାସିଙ୍ଗା ଗାଁରେ ଘଟିଛି । ବୌଦ୍ଧ ଥାନା ବଲାସିଙ୍ଗା ଗାଁର ସୁଲଭ ପ୍ରଧାନଙ୍କର ଗତକାଲି ରାତିରେ ପରଲୋକ ହୋଇଥିଲା । ଖବର ପାଇ ପାଖ ଗାଁରେ ବିବାହ କରିଥିବା ସୁଲଭଙ୍କ ଏକମାତ୍ର ଝିଅ ଘରେ ପହଞ୍ଚିଥିଲେ । ସୁଲଭଙ୍କ ଏକମାତ୍ର ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ ସାହି ପଡ଼ିଶା ଓ ଗାଁ ଲୋକ ମୃତଦେହ ଉଠାଇବାକୁ ମନା କରିଦେଇଛନ୍ତି । ଯାହା ଫଳରେ ୧୨ ଘଣ୍ଟାରୁ ଅଧିକ ସମୟ ଧରୀ ମୃତଦେହ ପଡ଼ି ରହିଛି ।