ବ୍ରହ୍ମପୁତ୍ରରେ ଡଙ୍ଗାବୁଡ଼ି, ୩୦ ଯାତ୍ରୀଙ୍କୁ ନେଇ ଯାଉଥିବା ନୌକା ବୁଡି଼ଗଲା

1 min read

ଗୌହାଟି: ଆସାମର ଧୁବୁରି ଜିଲ୍ଲାରେ ବ୍ରହ୍ମପୁତ୍ର ନଦୀରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । କ୍ଷମତାରୁ ଅଧିକ ଯାତ୍ରୀ ନେଇ ଯାଉଥିବା ଏକ ଡଙ୍ଗା ଗୁରୁବାର ଦିନ ନଦୀ ମଧ୍ୟରେ ବୁଡ଼ିଯାଇଛି । ଡଙ୍ଗାରେ ୩୦ରୁ ଅଧିକ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣ ନିଖୋଜ ଥିବା କୁହାଯାଉଛି ।

ଦୁର୍ଘଟଣାରେ ଧୁବୁରୀର ଜଣେ ବ୍ଲକ୍ ଅଧିକାରୀ ସଂଜୁ ଦାସ ମଧ୍ୟ ନିଖୋଜ ଅଛନ୍ତି । ଆସାମ ରାଜ୍ୟ ଆପଦା ପ୍ରବନ୍ଧନ ପ୍ରାଧିକରଣର ମୁଖ୍ୟ ଜ୍ଞାନେନ୍ଦ୍ର ଦେବ ତ୍ରିପାଠୀଙ୍କ ଅନୁସାରେ ନଦୀରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ତ୍ରିପାଠୀଙ୍କ ଅନୁସାରେ ଧୁବରୀ-ଫୁଲବାରୀ ବ୍ରିଜ୍ ନିକଟରେ ଏକ ଛୋଟ ଚ୍ୟାନେଲ ରହିଛି । ଡଙ୍ଗାର ଚ୍ୟାନେଲରେ କୌଣସି ବସ୍ତୁ ସହିତ ଧକ୍କା ହୋଇଥିଲା । ଫଳରେ ଏହା ବୁଡି଼ ଯାଇଥିଲା । ନୌକାରେ ପାଖାପାଖି ୩୦ ଜଣ ଯାତ୍ରୀ ଥିଲେ । ଏହି ଯାତ୍ରୀଙ୍କ ମଧ୍ୟରେ ଧୁବରୀ ସର୍କଲ କାର୍ଯ୍ୟାଳୟର କିଛି କର୍ମଚାରୀ ଥିଲେ । ପହଁରା ଜାଣିଥିବା ଲୋକ କୁଳକୁ ଚାଲି ଆସିଥିଲେ କିନ୍ତୁ ୬ରୁ ୭ ଜଣ ଯାତ୍ରୀ ଏବେ ମଧ୍ୟ ନିଖୋଜ ଅଛନ୍ତି ।