ବାଇକ୍‌ ଚୋର ମାଡ଼କୁ ଭୟ କରି ବ୍ରିଜରୁ ନଦୀକୁ ଡ଼େଇଁପଡ଼ିଲା

ସମ୍ବଲପୁର: ଜୀବନ ବିକଳରେ ବ୍ରିଜ୍‌ ତଳକୁ ଡ଼େଇଁଲା ବାଇକ୍‌ ଚୋର । ଲୋକଙ୍କ ଠାରୁ ମାଡ଼ ଭୟରେ ଡ଼େଇଁପଡ଼ିଲା ଚୋର ।  ଏଭଳି ଏକ ଘଟଣା ଦେଖିବକୁ ମିଳିଛି ସମ୍ବଲପୁର କଚେରି ଛକ ନିକଟରେ । ଗୁରୁତର ଅବସ୍ଥାରେ ପୋଲିସ ପହଂଚି ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ଡାକ୍ତରଖାନା ରେ ଭତ୍ତି କରାଯାଇଛି ।

ପ୍ରତ୍ୟକ୍ଷଦର୍ଶି ଙ୍କ କହିବା ଅନୁସାରେ ଆଜି ସଂଧ୍ୟାରେ ମାନେଶ୍ୱର ସର୍ଗିପାଲି ର ସୁରେଶ ଭୋଇ  ନାମକ  ଜଣେ ଯୁବକ ଏକ ପଲସର ୨୨୦ ବାଇକ ଚୋରି କରିବା ପାଇଁ ଆସିଥିଲା । ଚୋରି କରିବା ସମୟରେ ଲୋକମାନେ ଏହା ଜାଣି ପାଣି ତାକୁ ଧରିବା ପାଇଁ ଗୋଡ଼ାଇଥିଲା ।

ଲୋକଙ୍କ ପାଖରେ ଧରାପଡ଼ି ମାଡ଼ ଖାଇବା ଭୟରେ ବ୍ରିଜ ଉପରୁ ନଦୀକୁ ଡ଼େଇଁ ପଡ଼ିଥିଲା । ଏହି ଘଟଣା ପରେ ସମ୍ବଲପୁର ମହାନଦୀ ଦ୍ୱିତୀୟ ସେତୁ ଚାଉଁରପୁର ବ୍ରିଜ ନିକଟରେ ବହୁ ଲୋକଙ୍କ ଭିଡ ଦେଖିବାକୁ ମିଲିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ଓ ପୋଲିସ ପହଞ୍ଚି ତାକୁ ଆହତ ବାଇକ ଚୋର କୁ  ଉଦ୍ଧାର କରିଛନ୍ତି । ଅନ୍ୟ ପଟେ ବ୍ରିଜ ଉପରୁ ଡେଇବା ପରେ ବାଇକ ଚୋର ଯୁବକ ଗୁରୁତର ଥିବା ବେଳେ ତାକୁ ଚିକିତ୍ସା ପାଇଁ ସଦର ଡାକ୍ତରଖାନା ରେ ଭତ୍ତି କରାଯାଇଛି ।

Leave a Reply